STORYMIRROR

Panchanan Jena

Tragedy

4  

Panchanan Jena

Tragedy

ହିମବାହ ପ୍ରବାହ

ହିମବାହ ପ୍ରବାହ

1 min
2

କବିତା - ହିମବାହ ପ୍ରବାହ
 ରଚନା - ପଞ୍ଚାନନ ଜେନା
 ତାରିଖ -୦୨-୦୩-୨୦୨୬
+++++++++++++++
 ଲୁହ ପରା ଗଚ୍ଛିତ ମୋହ କୋହ ପ୍ରବାହ
ଲୁଚା ଯାଇପାରେ କିଛି ସମୟ ଭୟ
ଯୋଚା ଯାଇପାରେ ଅଳ୍ପ ଆବେଗମୟ
 ଅସରନ୍ତି ଉତ୍ସକୂପ ପରି ସ୍ୱତସ୍ଫୃତ ଭୟାବହ

 ଲୁହ ପରା ମନୋବୈଜ୍ଞାନିକ ଗ୍ରନ୍ଥି
ବାନ୍ଧା ଯାଇପାରେ ନୟନ କୋଣରେ
 ଛନ୍ଦା ଯାଇପାରେ ପଲକ ଝଲକରେ
ଅକ୍ଷୟ ସୃଷ୍ଟିଧାର ପରି ହୀମବାହ ଅସରନ୍ତି

 ଲୁହ ପରା ହରମୋନ ଭଣ୍ଡାର
 ଅଟକା ଅଟକି କରି ସ୍ଵଳ୍ପ ଅବଧିରେ
ମକଚା ମଚକି କରି ବଙ୍କା ପରିଧିରେ
ଅମାନିଆ ଅଭିମାନୀନୀର ସାଜ ଶୃଙ୍ଗାର

 ଲୁହ ପରା ଅସରନ୍ତି ଭଣ୍ଡାର ଘର
ଆତ୍ମସମ୍ମାନରେ ଆସିଲେ ଆଞ୍ଚ
ମାନ ସମ୍ମାନରେ ପଶିଲେ ପେଞ୍ଚ
ଅକାରଣେ ଟୋପା ଟୋପା ଝରିପଡ଼େ
 ହୃଦୟ କୋରି ବିଦାରି ମୋତି ମାଣିକ ସ୍ପର୍ଶକାତର

 ଲୁହ ପରା ବାରମାସୀ ତଡ଼ାଗ ତୀର
ଶୁଖୁନଥିବା ଅକ୍ଷୟ ପାତ୍ର
ସରୁନଥିବା ଅଜୟ ନେତ୍ର
ଧାରା ଶିରାବଣ ପରି ଅନୁକ୍ଷଣ ମୂଷଳ ଧାର

 ଲୁହ ପରା ଭାବନାକୌନ୍ଦ୍ରୀକ ଅନ୍ତଃସ୍ଵର
 କରୁଣାରେ ସିକ୍ତ ହୋଇପାରେ
ମାଗଣାରେ ରିକ୍ତ କରିପାରେ
 ଛାତିତଳେ ସାଇତା ଶତାବ୍ଦୀର ସୁପ୍ତ ରୁଧିର


Rate this content
Log in

Similar oriya poem from Tragedy