STORYMIRROR

pranati Mahapatra

Inspirational

3  

pranati Mahapatra

Inspirational

ଉପହାର

ଉପହାର

1 min
325


ବୈଶାଖର ଖରାଟାରେ ଲାଇନରେ ଠିଆ ହୋଇ ଲାଗୁଥିଲା ,

ସତେ ଅବା ହୃଦଘାତ ମୋର କି

ବନ୍ଦ ହୋଇ ଯିବ ଭଲା।

ମୋ ପାଳି ଆସିବାକୁ ଆହୁରି

ଅନେକ ସମୟ ଥିଲା,

ଆସିଛି ଯେତେବେଳେ କାମ ଶେଷ

କରିଯିବି ମନ କହିଲା।

ଅପେକ୍ଷା ନ କଲେ କେବେ ତ 

 କିଛି କାମ ହୁଏନି ବୁଝିଛି,

ଆଜି କାଲି ସତରେ ଗଲେ ଡେରିରେ

କାମ ହୁଏ ମୁଁ ଜାଣିଛି।

ଏଣେ ତେଣେ ପାଣି ଆଉ ଛାଇ ଟିକେ

ପାଇଁ ହୁଏ ମୁଁ ବିକଳ,

ହେଲେ ଏ ନିର୍ଦ୍ଧୁମା ଖରାରେ ବୋଧେ

ଫାଟିଯିବ ମୋ କପାଳ।

ହଠାତ ଭିଡ ଠେଲି ଆସିଲେ 

ପାଖକୁ ଜଣେ ବାବୁ,

ପାଦେ ପ୍ରଣିପାତ କରି ଭକ୍ତିରେ

ସେ କରିଦେଲେ ମୋତେ କାବୁ।

ଅଚିହ୍ନା ହୋଇ ମୁଁ ତାଙ୍କ ପଚାରିଲି

କେମିତି ଚିହ୍ନିଲ ବାବୁ ମୋତେ,

ସାର୍ ଚାଟଶାଳୀରେ ପଢେଇଥିଲେ

ଛୋଟବେଳେ ପାଠ ଯେ ମୋତେ।

ଆପଣଙ୍କ ଶିକ୍ଷାଦୀକ୍ଷା ସତଜ୍ଞାନ ପାଇ

ଏ ଅଫିସରେ ମୁଁ ବଡ଼ବାବୁ ଯାଇଛି ହୋଇ।

ହାତ ଧରି ନେଇଗଲା ଛାତ୍ରଟି ମୋହର,

ବସାଇଲା ତା ଆସନେ ଭାବିଣ ଈଶ୍ୱର।

ଚପରାଶି ହାତେ ମଗାଇଲା ସେ ପଇଡ଼,

ତା ସମ୍ମାନ ଦେଖି ଆଖି ହୋଇଗଲା ବଡ଼।

ଧନ୍ୟ ହୋଇଗଲା ଜୀବନ ପାଇ ତା ଆଦର,

ସରକାରୀ ଗୁରୁନୁହେଁ ସିନା ମୁଁ ଚାଟଶାଳୀ ମାଷ୍ଟର।

ଭାବିଲେ ଘୁରାଏ ମଥା ଦେଖି ଛାତ୍ରଙ୍କୁ

ଏବେର,

ଗୁରୁ ଦାନ ସବୁ ଭୁଲି ଦିଅନ୍ତି ଅସମ୍ମାନ ଉପହାର।

ପଥେ ଦେଖି ଗୁରୁଙ୍କୁ କରିଲେ ନମସ୍କାର ,

ତା ଠାରୁ ବଡ଼ ସମ୍ମାନ ନାହିଁ ଗୁରୁଙ୍କର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational