STORYMIRROR

Ananta Nayak

Inspirational

3  

Ananta Nayak

Inspirational

ଖୁସିରେ କରୁଛୁ କୃଷି

ଖୁସିରେ କରୁଛୁ କୃଷି

1 min
441

ଅର୍ଥନୀତି ଦ୍ୱାରା ଉନ୍ନତ ଓଡିଶା

ଓଡିଶା ହିଁ ଆମ ସାହା ଭରଷା

ଏ ଓଡ଼ିଶା ବାସୀ ଭରଷା କରଇ

କୃଷି ଦ୍ୱାରା ଅର୍ଥନୀତିକୁ ବଢ଼ାଇ(୧)


କୃଷକ ମାନେ ହିଁ କୃଷି କରିଥାନ୍ତି

କୃଷି ନକରିଲେ ସେ ଭାଙ୍ଗିପଡ଼ନ୍ତି

କୃଷି ହିଁ ଆମର ଶ୍ରେଷ୍ଠ ଉପାଦାନ

କୃଷିଦ୍ୱାରା ଆମ ବଞ୍ଚାଇ ଜୀବନ(୨)


ହଳିଆ ହସ୍ତର ପାଞ୍ଚଣ ଖଣ୍ଡରେ

ବଳଦକୁ ମାରି କରଇ ଚାଷରେ

କୃଷି ଅଟେ ଆମ ପ୍ରଧାନ ଜୀବିକା

ସାଜି ଅଛୁ ଆମେ ତାହାରି ସେବିକା(୩)


କୃଷିଦ୍ୱାରା ଆମ ଏ ଛୋଟ ସଂସାର

ଘର କରିବାକୁ ମନ କରି ସ୍ଥିର

ଘରେ ଖାଉଅଛି କେତେଯେ ପଖାଳ

ଶାଗ ଲଙ୍କା ଖାଇ କରେ ମୁଁ ଗମନ(୪)


ଚଷା କରେ ଚାଷ ଝାଳକୁ ବୁହାଇ

ଶ୍ରମ ଦେଇ ଦାନ କରି ଥାଏ ମହୀ

କୃଷି ଯଦି ଆଗେ ନ କରିବା ଭାଇ

ସଂସାର ରଥକୁ ବୋହି ନେବେ କେହି?(୫)


କେହି ତ କାହାରି ନୁହଁନ୍ତିରେ ଧନ

ନିଜେ ନ ଖଟିଲେ ଜାଣିବନି ମନ

ଆପଣା ଶିଙ୍ଗରେ ମାଟି ନ ତାଢିଲେ

ଚାଷ କାର୍ଯ୍ୟ ଆମ ହବନି ଭଲରେ(୬)


ଆସରେ ଆସରେ ଏ ଓଡ଼ିଶା ବାସୀ

କୃଷି କରିବାକୁ ମନ ବଳିଅଛି

କୃଷିରେ ମନକୁ ଖୁସି କରିଅଛି

ତୁମ୍ଭର ମନକୁ ମୁଁ କିଣି ନେଉଛି(୭)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational