Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ananta Nayak

Others Classics

2  

Ananta Nayak

Others Classics

ଖୁସିରେ କରୁଛୁ କୃଷି

ଖୁସିରେ କରୁଛୁ କୃଷି

1 min
335


ଅର୍ଥନୀତି ଦ୍ୱାରା ଉନ୍ନତ ଓଡିଶା

ଓଡିଶା ହିଁ ଆମ ସାହା ଭରଷା

ଏ ଓଡ଼ିଶା ବାସୀ ଭରଷା କରଇ

କୃଷି ଦ୍ୱାରା ଅର୍ଥନୀତିକୁ ବଢ଼ାଇ ।

କୃଷକମାନେ ହିଁ କୃଷି କରିଥାନ୍ତି

କୃଷି ନକରିଲେ ସେ ଭାଙ୍ଗିପଡ଼ନ୍ତି

କୃଷି ହିଁ ଆମର ଶ୍ରେଷ୍ଠ ଉପାଦାନ

କୃଷିଦ୍ୱାରା ଆମ ବଞ୍ଚଇ ଜୀବନ ।

ହଳିଆ ହସ୍ତର ପାଞ୍ଚଣ ଖଣ୍ଡରେ

ବଳଦକୁ ମାରି କରଇ ଚାଷରେ

କୃଷି ଅଟେ ଆମ ପ୍ରଧାନ ଜୀବିକା

ସାଜି ଅଛୁ ଆମେ ତାହାରି ସେବିକା ।

କୃଷି ଦ୍ୱାରା ଆମ ଏ ଛୋଟ ସଂସାର

ଘର କରିବାକୁ ମନ କରି ସ୍ଥିର

ଘରେ ଖାଉଅଛି କେତେ ଯେ ପଖାଳ

ଶାଗ ଲଙ୍କା ଖାଇ କରେ ମୁଁ ଗମନ ।

ଚଷା କରେ ଚାଷ ଝାଳକୁ ବୁହାଇ

ଶ୍ରମ ଦେଇ ଦାନ କରି ଥାଏ ମହୀ

କୃଷି ଯଦି ଆଗେ ନ କରିବା ଭାଇ

ସଂସାର ରଥକୁ ବୋହି ନେବେ କେହି? ।

କେହି ତ କାହାରି ନୁହଁନ୍ତି ରେ ଧନ

ନିଜେ ନ ଖଟିଲେ ଜାଣିବନି ମନ

ଆପଣା ଶିଙ୍ଗରେ ମାଟି ନ ତାଢିଲେ

ଚାଷ କାର୍ଯ୍ୟ ଆମ ହବନି ଭଲରେ ।

ଆସରେ ଆସରେ ଏ ଓଡ଼ିଶା ବାସୀ

କୃଷି କରିବାକୁ ମନ ବଳିଅଛି

କୃଷିରେ ମନକୁ ଖୁସି କରିଅଛି

ତୁମ୍ଭର ମନକୁ ମୁଁ କିଣି ନେଉଛି ।


Rate this content
Log in