ପରଦେଶୀ ବାବୁ
ପରଦେଶୀ ବାବୁ
ପରଦେଶୀ ବାବୁ ପରଦେଶୀ ବାବୁ
ବିଦେଶର ହାଲଚାଲ କ’ଣ ସବୁ ? । ୧
ତୁମେ ଦେଶର ବାହାରେ
ମୁଁ ଗ୍ରାମର କଡ଼ରେ
ହେ ପରଦେଶୀ ବାବୁ
କୁଶଳ ବାରତା କହରେ । ୨
କିଆଁ କହିବାକୁ ତୁମ ମନ ହୋଇବ
ଗାଉଁଲିଆ ବାସରେ ତୁମେ ନରହିବ । ୩
ତୁମର ଭାବନା
ମୋ ଅନ୍ତର ବେଦନା
ହେ ପରଦେଶୀ ବାବୁ
ମତେ ଦୂରେଇ ଦିଅନା । ୪
ହୁଅ ତୁମେ ଜନମ ଶତ
ଶାନ୍ତ ହୁଅ ଆମେ କରିବା ମିତ । ୫
ବାଲ୍ୟ ଦିନୁ ଗ୍ରାମେ
ବାହାରେ ତୁମେ
ହେ ପରଦେଶୀ ବାବୁ
କେବେ ଦେଖାହେବା ଆମେ । ୬
ସହରର ହାଲଚାଲ କେମିତି ଅଛି
ପଲ୍ଲୀପୁରେ ଶୋଚନାଵସ୍ଥା ଅନ୍ତ ହୋଇଛି । ୭
ଗାଁ ଆଶ୍ରୟରେ କି ରହୁଛି
ତୁମ କଥା ମୋ ମାନେ ପଡୁଛି
ହେ ପରଦେଶୀ ବାବୁ
ହିୟାରେ ତୁମର କ’ଣ ଅଛି ? । ୮
ସରସ ଦୋସ୍ତିକୁ କେମିତି ଭାଙ୍ଗୁଛ
ସେନେହ ଅତୁଟ କାଟି ଦେଉଛ । ୯
ଶୁଭାଶୀର୍ବାଦରେ ଦିଅନ୍ତୁ ପୋତି
ମହାବାହୁକୁ କରେ ବିନତି
ହେ ପରଦେଶୀ ବାବୁ
ମୋ ସଂଗେ କରନା ଅରି । ୧୦
ବନ୍ଧୁତ୍ୱ ମିଳନରେ କରିଲ ଫାଟ
ଯନ୍ତ୍ରଣାରେ ମୋ ପୋଡୁଛି ପେଟ । ୧୧
ତୁମକୁ କହିବି ମୁହିଁ ତ ବାବୁ
ରାଗ ରୁଷା ଯାଅ ଭୁଲି
ହେ ପରଦେଶୀ ବାବୁ
ମୋ ପ୍ରାଣ ଶେଷ ଯାଉ ଚାଲି । ୧୨
