ଶମନକୁ କିବା ଡର
ଶମନକୁ କିବା ଡର
ଶୀତ ସକାଳର ଶିଶିର ବିନ୍ଦୁ ମୁଁ
ସରଗୁ ପଡିଛି ଝରି
ମୋ ରୂପ ପସରା ବଡ ମନୋହରା
ବିଶୁଦ୍ଧ ସୁବର୍ଣ୍ଣ ଜରି ।
ତମସା ଭରା ଏ ଶୀତୁଆ ଅନ୍ଧାରେ
ପଡିଅଛି ମୁହିଁ ଖସି
ନିଜେ ଜଳିବାକୁ ଦୁଃଖ ନାହିଁ ମୋର
ବାଣ୍ଟି ଚାଲିଥିବି ଖୁସି ।
ପର ଆପଣାର ଭୁଲି ଭେଦଭାବ
ସଭିଙ୍କ ହୃଦୟେ ରହେ
ସାରା ଦୁନିଆକୁ କରଇ ନିଜର
ଏକତାର ଗୀତି ଗାଏ ।
କ୍ଷଣିକ ଆୟୁଷ ପାଇ ଏ ସଂସାରେ
ଶମନକୁ କିବା ଡର
କରି ଭଲକାମ ରଖି ଯିବା ନାମ
ବୋଲାଇ ଜାତିର ବୀର ।