STORYMIRROR

Anam Charan Sahoo

Inspirational

3  

Anam Charan Sahoo

Inspirational

ଶମନକୁ କିବା ଡର

ଶମନକୁ କିବା ଡର

1 min
266

ଶୀତ ସକାଳର ଶିଶିର ବିନ୍ଦୁ ମୁଁ

ସରଗୁ ପଡିଛି ଝରି

ମୋ ରୂପ ପସରା ବଡ ମନୋହରା

ବିଶୁଦ୍ଧ ସୁବର୍ଣ୍ଣ ଜରି ।

ତମସା ଭରା ଏ ଶୀତୁଆ ଅନ୍ଧାରେ

ପଡିଅଛି ମୁହିଁ ଖସି

ନିଜେ ଜଳିବାକୁ ଦୁଃଖ ନାହିଁ ମୋର

ବାଣ୍ଟି ଚାଲିଥିବି ଖୁସି ।

ପର ଆପଣାର ଭୁଲି ଭେଦଭାବ

ସଭିଙ୍କ ହୃଦୟେ ରହେ

ସାରା ଦୁନିଆକୁ କରଇ ନିଜର

ଏକତାର ଗୀତି ଗାଏ ।

କ୍ଷଣିକ ଆୟୁଷ ପାଇ ଏ ସଂସାରେ

ଶମନକୁ କିବା ଡର

କରି ଭଲକାମ ରଖି ଯିବା ନାମ

ବୋଲାଇ ଜାତିର ବୀର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational