STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଶବ୍ଦମୟ ପ୍ରତାରଣା

ଶବ୍ଦମୟ ପ୍ରତାରଣା

1 min
2

କବିତା - ଶବ୍ଦମୟ ପ୍ରତାରଣା
ରଚନା - ପଞ୍ଚାନନ ଜେନା
 ତାରିଖ -୦୫-୦୧-୨୦୨୫
 +++++++++++++++++
 ଇଛାଥିଲେ ଉପାୟ
 ମନଥିଲେ ସହାୟ
 ଅସମ୍ଭବରୁ ହେବ କି ସମ୍ଭବ ଉଦୟ ?

 ବୁଦ୍ଧିଥିଲେ ପ୍ରୟାସ
ବୃଦ୍ଧିହେବ ଆୟସ
ଦୁଃଖରୁ ହେବ କି ସୁଖର ନୀଳୟ ?

 ଭକ୍ତି ଥିଲେ ଆତ୍ମାରେ
 ଶକ୍ତିଥିଲେ ହୃଦୟରେ
 ଅନିଶ୍ଚିତତାରୁ ହେବ କି ନିଶ୍ଚିତ ବଳୟ ?

 ବିବେକ ଥିଲେ ଆଚାରେ
କରୁଣା ଥିଲେ ବ୍ୟବହାରେ
ଶୋକରୁ ହେବ କି ସୁଖସମୃଦ୍ଧିର ଆଶ୍ରୟ?

 ଅର୍ପଣ ଥିଲେ କର୍ମରେ
 ତର୍ପଣ ଥିଲେ ଧର୍ମରେ
 ସମସ୍ୟାରୁ ହେବ କି ଶାନ୍ତି ପ୍ରଶାନ୍ତି ମହନୀୟ ?

 ବିଶ୍ୱାସ ଥିଲେ କାର୍ଯ୍ୟରେ
ନିଃଶ୍ୱାସ ଥିଲେ ଦେହରେ
 ଜଞ୍ଜାଳ ଖଣ୍ଡପ୍ରଳୟରୁ ହେବ କି ମଧୁମଳୟ ?

 ଯେମିତି
 ଜହ୍ନ ରାଇଜରେ ଜାଗାଟିଏ
 ସାଗର କୂଳରେ ମହଲଟିଏ
ବିଶଲ୍ୟକରଣୀରୁ ଗିନାଟିଏ
ସ୍ବପ୍ନପ୍ରବଣ ଭାବନା ହେବ କି ମଧୁମୟ ?

 ଯେମିତି
 ବିଶ୍ଵ ଭ୍ରମଣର ସୁଯୋଗଟିଏ
ବିଳାସ ବ୍ୟସନର ସୁବିଧାଟିଏ
 ନିରୋଗୀ ବୈରାଗୀ ଶରୀରଟିଏ
 ବାଞ୍ଛନୀୟ କଳ୍ପନା ଜଳ୍ପନା ହେବ କି କରଣୀୟ ?

 ସବୁ ଲାଗେ ଶବ୍ଦମୟ ପ୍ରତାରଣା
ଆକାଶ କୁସୁମ ସମ ଅସମ୍ଭବ ଅବଧାରଣା
 ସବୁ ପରା କପାଳ ଲିଖନ
ସବୁ ପରା ବିଧିର ଅଧିନ
 ଅଦୃଷ୍ଟର ହାତରେ ଜଉକଣ୍ଢେଇ
 ସୂତା ଅଗରେ ଲଟକିଛି ସମୟର ଅଝଟ ପାଉଣା


Rate this content
Log in

Similar oriya poem from Tragedy