STORYMIRROR

Balaram Barik

Inspirational

3  

Balaram Barik

Inspirational

ଜନ୍ମରୁ ମୁକ୍ତ

ଜନ୍ମରୁ ମୁକ୍ତ

1 min
403


ନାଁ ତାର ଆଜାଦ୍ ,  ବାପା ନାଁ ସ୍ୱତନ୍ତ୍ରତା ।

    ଘର ତାର ଥିଲା ଜେଲ୍ ।

    ତା ଆଗରେ ଫେଲ ମାରୁଥିଲା,

    ସବୁ ଇଂରେଜିଆ ଚାଲ୍ ।


କରୁଥିଲା ଭୀଷ୍ମ ପଣ ,ଶତ୍ରୁର ନଥିଲା ତ୍ରାଣ।

      ଦାମ୍ଭିକ ଥିଲା ସେ ବୀର।

      ନିଶକୁ ତାହାର ମୋଡିଦିଏ ଯେବେ ,

      ହୋଇଯାଏ ଶତ୍ରୁ ସଂହାର।


ପ୍ରେରଣାର ଥିଲା ସ୍ରୋତ, ଯୁବପିଢୀ ନେଲେ ବ୍ରତ।

     ଅସମ୍ଭାଳ ହେଲେ ଗୋରା।

     ବୈରି ସାଜିଲା ଆପଣା ଜନ ଯେ, 

     ପଡିଗଲା ସିଏ ଧରା।


ଏ ମାଟି ତା ପ୍ରଥମ ପ୍ରେମ, ଆଜାଦ୍ ହୋଇଛି ଜନମ।

       ପ୍ରାଣକୁ ନିର୍ଭୟେ ଝାସିବା।

       ଦୁର୍ଲଭେ ମିଳଇ ସହିଦ୍ ଉପାଧି,

       ମଉକା କାହିଁକି ଛାଡିବା।

        

ଏହା ତାର ଥିଲା ସିଦ୍ଧାନ୍ତ, ନହେଲା ଏଥିରୁ କ୍ଷାନ୍ତ।

       ହସି ହସି ମାଟିକୁ ଚୁମିଲା।

       ବନ୍ଧୁକ ଲଗାଇ ମଥାରେ ନିଜର,

       ଶେଷ ଗୁଳିକୁ ସେ ଖାଇଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational