STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ଟ୍ରିପଲ ତଲାକ

ଟ୍ରିପଲ ତଲାକ

1 min
346

ଟ୍ରିପଲ ତଲାକ ଖାରଜ ହୋଇଲା

ଖୁସିର ଲହରୀ ଖେଳିଲା

ଆମର ଭାରତ ଖାରଜ କରି

ଇତିହାସ ଗୋଟେ ରଚିଲା,


ଟ୍ରିପଲ ତଲାକ ହେଉଥିବା ଯୋଗୁଁ

କେତେ ହେଉଥିଲେ କଲବଲ

ଅନାଥଙ୍କ ପରି ବଞ୍ଚି ରହୁଥିଲେ

ବଞ୍ଚି ଥାଉ ଥାଉ ମଲା


ମହିଳା ମାନଙ୍କୁ ଖେଳଣା ଭଳିଆ

ଖେଳୁଥିଲେ ମନ ଇଚ୍ଛା

ମନ ଭାଙ୍ଗିଗଲେ ଖେଳଣାରୁ ଯେବେ

ବଦଳାନ୍ତି ମନ ଇଚ୍ଛା,


ଟ୍ରିପଲ ତଲାକ ନିୟମ ଯୋଗୁଁ

ଏହା ହେଉଥିଲା ସହଜ

ଏବେ ଏ ନିୟମ ବେନିୟମ ହେଲା

ଏବେ ଭାଙ୍ଗି ଯିବ ମଗଜ


ଟ୍ରିପଲ ତଲାକ ଏବେ ଯିଏ ଦେବ

ତଲାକ ରେ ବନ୍ଦ ହେବ

କିଛି ବର୍ଷ ପାଇଁ ମାମୁ ଘର ଯାଇ

ମଶା ଡାଆଂଶ ମାରିବ,


ତଲାକ ତଲାକ ତଲାକ ମେସଜ ଦେଲେ

ଦାଣ୍ଡର କିଳା କୁ ଡାକିବ

ମେସେଜ ଗୋଟିକ ସାକ୍ଷୀ ହେଇଯିବ

ମାମୁ ଘରେ ଯାଇ ଖଟିବ,


ଆମର ଭାରତ ଶାନ୍ତିର ଦେଶ

ନାରୀ ଅଟେ ମହିୟସୀ

ଆମରି ଦେଶରେ ନାରୀ ସମାଜ

ଖୁସିରେ ରହିବେ ହସି,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational