STORYMIRROR

Satyajit Swain

Inspirational

3  

Satyajit Swain

Inspirational

ବନ୍ଧୁତ୍ୱର ସଂଜ୍ଞା

ବନ୍ଧୁତ୍ୱର ସଂଜ୍ଞା

1 min
378


ଖୋଜୁନି ମୁଁ' ବନ୍ଧୁ ଶ୍ରୀକୃଷ୍ଣଙ୍କ ପରି 

ଖାଇବ ଯେ ଖୁଦ ଭଜା 

ଅବା ସାଜି ମୋର ରଥରେ ସାରଥୀ, 

ଉଡ଼ାଇବ ଜୟ ଧ୍ବଜା ||


ସାଜି ବିଭୀଷଣ କହିବ ମୋ ଆଗେ 

ଯେତେକ ଗୁମର କଥା 

ଅବା ସାଜି କର୍ଣ୍ଣ ବନ୍ଧୁତ୍ୱ ଆଗରେ, 

ନୁଆଇଁବ ନିଜ ମଥା ||


ଏପରି ବନ୍ଧୁକୁ ଚାହେଁ ଏ' ହୃଦୟ 

ସାଥେ ଯିଏ ଛିଡା ହେବ 

ଆଖିର ଲୁହର ଭାଗୀଦାର ହେବ, 

ଓଠେ ହସ ଭରିଦେବ ||


ସୁଖରେ, ଦୁଃଖରେ, ହସରେ, ଲୁହରେ 

ସବୁଠି ମାଗିବ ଭାଗ 

କାମନା, ବାସନା ଯାହା ପାଇଁ ତୁଚ୍ଛ, 

ପବିତ୍ର ବନ୍ଧୁତ୍ୱ ଆଗ ||


ପ୍ରଭୁଙ୍କ କୃପାରୁ ବନ୍ଧୁର ବନ୍ଧନେ 

ହୋଇଛି ମୁଁ' ଆଜି ବନ୍ଧା 

ଭାବନା ଆମର ଅଲଗା ହେଲେବି, 

ପରସ୍ପର ସହ ଛନ୍ଦା ||


ବିଭୁଙ୍କର କୃପା ଆମରି ଉପରେ 

ଏହିପରି ରହିଥାଉ 

ବନ୍ଧୁତ୍ବ ଡୋରରେ ବାନ୍ଧି ହୋଇ ଆମେ,

ଆଜୀବନ ରହିଥାଉ ||




Rate this content
Log in

Similar oriya poem from Inspirational