STORYMIRROR

Satyajit Swain

Abstract

2  

Satyajit Swain

Abstract

*ଭୋକ*

*ଭୋକ*

1 min
154

ମୋ ନାଁ'ଟି ଛୋଟ ହେଲେବି'

ମୁଁ ମଣିଷ ଦ୍ୱାରା ବଡ଼ବଡ଼ କାମ କରେଇପାରେ 

କେବେ ତାକୁ ସଜେଇପାରେ ରାଜା, 

କେବେପୁଣି ସବୁରି ଆଗରେ ଦୋଷୀ 

ବହୁତ ବଡ଼ ଖେଳ ଖେଳିପାରେ


ମୋ' ଇସାରାରେ ମଣିଷଟା କଣ୍ଢେଇ ପରି, 

ନାଚିନାଚି ତାମସା କରେ

ଆଉ ମୁଁ' ଦର୍ଶକ ପରି ଠିଆହେଇ, 

ତାର ମଜା ନିଏ 


ମତେ ପୁରା କରିବାକୁ କିଏ ଯାଏ 

ପଞ୍ଚତାରକା ହୋଟେଲ 

ଆଉ ପୁଣି କିଏ ବାଧ୍ୟ୍ୟହୁଏ ଡଷ୍ଟବିନ ଘାଣ୍ଟି, 

ଖୋଜିବାକୁ ମୋର ଅସ୍ତିତ୍ୱ 


ମୋର ପୁଣି ଅନେକ ରୂପ ରହିଛି 

ଅନେକ ପ୍ରକାରର ଭୋକ ମଣିଷକୁ 

କାହାକୁ ସ୍ନେହର ଭୋକ ତ' କାହାକୁ ଦେହର 

ଆଉ ମତେ ପୁରାକରିବାକୁ ମଣିଷ କରୁଥିବା ପ୍ରୟାସର ମଜାନେଇ ମୁଁ, 

ଲୁଚିଲୁଚି କରେ ଅଟ୍ଟହାସ୍ୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract