STORYMIRROR

Satyajit Swain

Abstract

2  

Satyajit Swain

Abstract

*ସ୍ମୃତିର କବର*

*ସ୍ମୃତିର କବର*

1 min
413

ସ୍ମୃତିର କବର ତଳେ 

ସାଇତିଛି କିଛି ମଉଳା ଗୋଲାପ, 

ନିତି ଲୁହ ଯହିଁ ଢ଼ାଳେ


କିଛି ଦରପୋଡ଼ା ଚିଠି 

ପଢିଲେ ଯାହାକୁ ଏକୁଟିଆ ବେଳେ, 

ତୃଷ୍ନା ଯାଏ ମୋର ମେଣ୍ଟି


କିଛି ସେ ଅକୁହା କଥା 

ଶୁଣି ଯା'କୁ ତୃପ୍ତ ହେଉଥିଲା ମନ, 

ଆଜି ଦିଏ ଯିଏ ବ୍ୟଥା 


ଏବେବି ବିଜନ ବେଳେ 

ଏକୁଟିଆ ଯେବେ ଆକାଶକୁ ଚାହିଁ, 

ବସେ ମୁହିଁ ତାରା ମେଳେ


ଆକାଶର ଚାନ୍ଦ ହସେ 

ଥିରିଥିରି ହୋଇ ଶୂନ୍ୟରୁ ଓଲ୍ହେଇ, 

ମୋ' ପାଖରେ ଆସି ବସେ


ତା' ଇଙ୍ଗିତେ ସବୁ ଭୁଲେ 

ପୁଣି ଡୁବିଯାଇ ଅତୀତ ଭିତରେ, 

ସ୍ମୃତିର କବର ଖୋଲେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract