STORYMIRROR

Satyajit Swain

Tragedy

4  

Satyajit Swain

Tragedy

ବର୍ଷା

ବର୍ଷା

1 min
384


କେବେ ସିଏ ଝରେ ବିଶାଳ ଆକାଶୁ 

ବାଦଲର ବୁକୁ ଚିରି 

କେବେ ପୁଣି ସାଜି ପଶ୍ଚାତାପ ଲୁହ, 

ଝରିଯାଏ ଥିରିଥିରି ।


କେବେ ବର୍ଷିଯାଏ ଧରି ଉଗ୍ର ରୂପ 

କେବେ ବର୍ଷେ ନୀରବରେ 

କେବେ ବଖାଣଇ ହୃଦୟର କଥା, 

କେବେ ମନେ ଚିନ୍ତା ଭରେ ।


କାହାପାଇଁ ସାଜେ ସୁଖର ସାରଥୀ 

କାହା ପାଇଁ ଆଣେ ଦୁଃଖ 

କାହା ଓଠେ ଭରେ ଖିଲିଖିଲି ହସ, 

କାହାର ଶୁଖାଏ ମୁଖ  ।


ବର୍ଷା ଆସେ ଯେବେ କାହା ପାଇଁ ଆଣେ 

ଅଭୁଲାଦିନର ସ୍ମୃତି 

ସାଥୀଟିଏ ସାଜି ବୀରହତା ହରେ, 

ଦେଇଯାଏ ଆତ୍ମତୃପ୍ତି  ।



Rate this content
Log in

Similar oriya poem from Tragedy