Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyajit Swain

Romance

2  

Satyajit Swain

Romance

ଅପରୂପା

ଅପରୂପା

1 min
228



ଗୋଧୂଳି ବେଳାର ସପନ ତୁମେ ମୋ'

ଓଠର ସୁନେଲି ହସ 

ଅବା ସାଜ କେବେ ପିଆଲାରେ ମୋର, 

ମଧୁଭରା ସୋମରସ ||


କେବେ ପୁଣି କେଉଁ ଅଜଣା କାନନେ 

ମନଲୋଭା ସଜଫୁଲ 

ଭ୍ରମର ସାଜି ମୁଁ' ପଥ ଭୁଲି ଆସେ, 

ବୁଝିପାରି ତୁମ ମୂଲ ||


ଚିତ୍ରକର ସାଜି ତୁମ ରୂପରାଜି 

ରଙ୍ଗତୁଳୀରେ ମୋ' ଆଙ୍କେ 

ପୁଣି ହୁଏ ଖୁସି ତୁମକୁ ଦେଖି ମୁଁ', 

ଲୁଚି ମୋ' ଝରକା ଫାଙ୍କେ ||


ଅପରୂପା ତୁମ ରୂପର ତୁଳନା 

ପାରିବିନି କେବେ କରି 

ବର୍ଣ୍ଣିବାରେ ତୁମ ରୂପ ଲାବଣ୍ୟକୁ, 

ଶବ୍ଦ ସବୁ ଯାଏ ସରି  || 


Rate this content
Log in

Similar oriya poem from Romance