STORYMIRROR

Satyajit Swain

Classics

3  

Satyajit Swain

Classics

*ଆସ ମାଆ*

*ଆସ ମାଆ*

1 min
364

ଆସ ମାଆ 

ଏଇ ଧରା ପୃଷ୍ଠ ତୁମ ଅପେକ୍ଷାରେ

କେବେଠୁ ଆତୁର ହୋଇ ଚାହିଁରହିଛି, 

ତୁମ ଆସିବା ବାଟକୁ


ଆଜି ସିଏ(ଧରା)କଥାକଥାକେ ଆଖିରୁ ଲୁହ ଝରାଏ 

ସନ୍ଦେହ, ବ୍ୟଭିଚାରର ବୀଜ ନିତି ବୁଣାଯାଏ 

ତା' ଦେହରେ, କରିପାରେନି ପ୍ରତିବାଦ, 

ସିଏ ଆଉ ନିଜର ହୋଇନାହିଁ 

ଆମ ପରି ନରରାକ୍ଷସମାନଙ୍କ କବଳରେ, 

ଆଜି ସିଏ କବଳିତ


ଆମକୁ ଏବେ କେବଳ ଦେଖା ଯାଉଛି 

ନିଜର ସ୍ୱାର୍ଥ 

କାନକୁ ଆଉ ଶୁଭୁନାହିଁ ମନ୍ଦିରର ଘଣ୍ଟଘଣ୍ଟାର ଶବ୍ଦ, 

କାନ ଏବେ ଯାହା ଶୁଣିବାକୁ ଚାହେଁ ଚାରିଆଡ଼େ ନିଜ ଜୟନାଦ


ତୁମେ ଆସି ପୋଛିନିଅ ମନରୁ କଳୁଷିତ ପାପଚିନ୍ତା 

ପୁଣି ହୃଦୟ ମନ୍ଦିରରେ ପରୋପକାରର ଦୀପ ଜଳିଉଠୁ 

ମଣିଷ ପୁଣି ଗାଇଉଠୁ ବିଶ୍ୱଭାତୃତ୍ୱର ଗୀତ 

ଏବେ ଆଉ ବିଳମ୍ବ ନକରି ଆସ ଆଉ ଚାରିଆଡ଼େ ବୁଣିଦିଅ, 

ତୁମ ଆଶୀର୍ବାଦର ଉଜ୍ଜଳ ଆଲୋକର ଧାରା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics