STORYMIRROR

SARATA KUMAR DAS

Inspirational

3  

SARATA KUMAR DAS

Inspirational

ଆସିଛି ଅଗଷ୍ଟ ପନ୍ଦର

ଆସିଛି ଅଗଷ୍ଟ ପନ୍ଦର

1 min
221

ନାନା ଜାତି ଫୁଲେ ମହମହ ବାସେ

ଆସିଛି ଅଗଷ୍ଟ ପନ୍ଦର 

ଚଉଦିଗେ ଆଜି ବାଇଦ ବାଜୁଛି

ସଭିଏଁ ଆନନ୍ଦ ମୁଖର  ।।

ତ୍ରିରଙ୍ଗା ଉଡୁଛି ଫର ଫର ଉଚ୍ଚେ

ଛୁଉଁଛି ମାଟିରୁ ଆକାଶ 

ଜୟଜୟକାର ଉଛୁଳି ପଡୁଛି

ଗାନ୍ଧୀ, ଗୋପବନ୍ଧୁ, ସୁବାଷ  ।।

ଫିରିଙ୍ଗୀ ଆସିଲେ ଶାସନ କରିଲେ

ନେଲେ ଅଧିକାର ଆମର

ଶୋଷଣ କରିଲେ ଧନ ଲୁଟିନେଲେ 

ପିଇଲୁ ଯେତକ ଜହର  ।।

କେତେ ଲାଠିମାଡ ରକତର ଝର

କେତେ ଯେ ଚାବୁକ ପାହାର

କେତେ ହୀନିମାନ କେତେ ଯେ କଷଣ

ଭୟ ତ ନଥିଲା କାହାର  ।।

ଚାଲିଗଲା କେତେ ଅମୂଲ୍ୟ ଜୀବନ

ଫାଶିଖୁଣ୍ଟ ରକ୍ତ ରଞ୍ଜିତ

ଦେଶ ପାଇଁ କଲା ପ୍ରାଣ ବିସର୍ଜନ

ବାଳକ ସେ ବାଜି ରାଉତ  ।।

ବକ୍ସି ଜଗବନ୍ଧୁ ଜୟୀ ରାଜଗୁରୁ

କରିଲେ ବଜର ଶପଥ

ମାଟି ମାଆ ପାଇଁ ଲଢେଇ କରିବେ

ଯାଉ ପଛେ ଯେତେ ରକତ  ।।

" ରକ୍ତ ଦିଅ ମୋତେ ଦେବି ସ୍ବଧୀନତା "

ଦେଲେ ମନ୍ତ୍ର ସୁଭାଷ ବୋଷ୍

ଇଂରେଜ ବାପୁଡା ହେଲେ ଥରହର

ଉଡିଲା ତାଙ୍କର ହୋଅସ୍ ।।

ସ୍ବାଧୀନତା ଆମ ଜନ୍ମ ଅଧିକାର 

ହାସଲ କରିବା ଯେମନ୍ତେ

ବାଳ ଗଙ୍ଗାଧର ଦେଲେ ଯେ ଡାକରା

ଦେଶବାସୀଙ୍କର ନିମନ୍ତେ  ।।

ଅନ୍ଧକାରେ ଆସି ବାପୁ ଉଭାହେଲେ

ଜାଳିଲେ ଅହିଂସା ଦୀପାଳି

ଆଲୋକିତ ହେଲା ମାଆ ମାଟି ଆମ

ନାଲିଆଖି ଗଲା ହୁଗୁଳି  ।।

ଏହି ଦିନ ଆମେ ଶାସନ ଆଣିଲୁ

ଫିରିଙ୍ଗୀ ଗଲେତ ଓହରି

ଆମରି ନାଆରେ ଆମେ ତ ନାଉରି

ହସ ଫୁଟେ ଓଠେ ସବୁରି  ।।

ରଖିବା ଆମେରେ ମାଟି ମାଆ ଟେକ

ସ୍ବାଧୀନ ଦେଶର ସନ୍ତାନ

ଶତୃ ସଙ୍ଗେ ଆମେ ଲଢେଇ କରିବା 

ଯାଉ ପଛେ ଆମ ପରାଣ ।।


Rate this content
Log in

Similar oriya poem from Inspirational