STORYMIRROR

Balaram Barik

Inspirational

3  

Balaram Barik

Inspirational

ବନ୍ଧୁତା

ବନ୍ଧୁତା

1 min
396


ବନ୍ଧୁ ପରି ବନ୍ଧୁଟିଏ ଲୋଡ଼ା।

ଯେସନ କୃଷ୍ଣ ସୁଦାମାଙ୍କ ଯୋଡା।


ବିପଦେ ଆପଦେ ହେଉଥିବ ସାହା ।

ହାନି ଲାଭରେ ହେଉଥିବ ଠିଆ।


ଥିବ ଯେ ମିଠା ମତାନ୍ତର ।

ତୁଳନା ନଥିବ ଧନୀ ଗରିବର।


ନଥିବ ପ୍ରଭେଦ ଭିତରେ 

ଏକମତ ବାଦ ବିବାଦରେ।


ହୃଦୟ ଥିବ ଯେ ନିର୍ମଳ 

ନଥିବ ଯହିଁ ତକରାଳ।


କର୍ଣ୍ଣ ଯେ ଥିଲା ନିଦର୍ଶନ।

ଦୁର୍ଯ୍ୟଧନର ବିଶ୍ୱାସୀ ଅନ୍ଧ ସମାନ।


ଦୁନିଆ ସ୍ୱାର୍ଥ ରେ ମାତିଛି।

ବନ୍ଧୁ ହିଁ ବନ୍ଧୁ କୁ ଠକୁଛି।


ସମ୍ପର୍କ ରଖିବା ନିବିଡ଼।

ସ୍ଥିର ସମାନ ପାହାଡ଼।


ଆଦର୍ଶ ହେବ ଦୁନିଆରେ।

ସଭିଏଁ କହିବେ ବାଃ ବାଃ ରେ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational