STORYMIRROR

Panchanan Jena

Romance

4  

Panchanan Jena

Romance

ଖର ନିଃଶ୍ୱାସ

ଖର ନିଃଶ୍ୱାସ

1 min
1

କବିତା - ଖର ନିଃଶ୍ୱାସ
 ରଚନା - ପଞ୍ଚାନନ ଜେନା
 ତାରିଖ -୦୭-୦୧-୨୦୨୫
++++++++++++++++++
 କୁହୁଡି କୁହେଳିକା କୁଝ୍ଝଟିକାର
 ଘନ ବଳୟ ଡେଇଁ
 ଟିପି ଟିପି କାକର ଛିଟା ପାଣିରେ
ମୁଁହ ହାତ ଧୋଇ
 ଦେଖ ଆକାଶ ଆସିଛି ଉଲ୍ଲେଇ
ପୃଥିବୀକୁ ଟିକେ ପାଖରୁ ଦେଖିବ
ଗେଲ କରିବା ପାଇଁ

 ଅନେକ ଯାତନା ଏଠି
 ଅନେକ ପ୍ରବଞ୍ଚନା ଏଠି
 କିଏ କହିଲା ?

 ଅନେକ ପଳାତକ ଏଠି
ଅନେକ ତୋଗଲକ ଏଠି
 କାହିଁ ଝାମେଲା ?

 ଦେଖି ଆକାଶଛୁଆଁ ନୈସର୍ଗିକ
 ପ୍ରେମ ମହ୍ଲାର
ତୁମେ ମନେ ପଡ଼ୁଛ ଥରକୁ ଥର
 ତୁମର ସେହି ନରମ ଗରମ ସ୍ପର୍ଶ
ସ୍ନେହିଳ ଅନାବିଳ ସମର୍ପଣ ହର୍ଷ
ଗଜୁରି ଯାଏ ଅପଣାଛାଏଁ ପ୍ରେମାଙ୍କୁର

 ପାଗ କୋହଲା ହେଉ
ହାଡଭଙ୍ଗା ଶୀତ ବି ହେଉ
 ପ୍ରେମର ସ୍ମରଣ ମାତ୍ରକେ
 ଦେହ ଦେହଳୀରେ ଖେଳିଯାଏ ଗରମ ଖର ନିଃଶ୍ୱାସ
ଉଷ୍ମ ସାମୁଦ୍ରିକ ଧାରା ପରି ଗବଗଵ ଫୁଟେ ବିଶ୍ୱାସ
 ରୁଦ୍ର ଦୁର୍ବାସା ଋଷିର ଅଭିଶାପ ପରି
ଶତ ସିଂହର ସାହସ ମୂଳେ ଦୃଢ଼ ଆଶ୍ୱାସ

 ଶୀତରେ ଦୁନିଆ ଥରୁଛି ଥରୁ
ଆସ ଆମେ ଦୁହେଁ ମିଶି ବସିବା ହସିବା ଗପିବା
 ଆଉ ମୁଁହ ଧୂଆଁ ଦିଆ ନିଆ ହେବା

 ନାକପୁଡ଼ା ଡେଇଁ ଛୁଇଁଯିବ
 ଶତାବ୍ଦୀ ତଳର ପ୍ରେମ ପୁଲକ
 ମଲ୍ଲୀ ମାଳତୀର ସୁଗନ୍ଧ ଛୁଇଁ
ରଚିଦେବ କାମନା ବାସନାର ନବ ଝଲକ


Rate this content
Log in

Similar oriya poem from Romance