STORYMIRROR

Aishwarya Mishra

Others

3  

Aishwarya Mishra

Others

ଫୁଲେଇ ଫଗୁଣ

ଫୁଲେଇ ଫଗୁଣ

1 min
150

ରଙ୍ଗୀନ ଫୁଲରେ ଗଭାକୁ ସଜାଇ 

ହୋଲିର ରଙ୍ଗରେ ଓଢ଼ଣୀ ଭିଜାଇ  

ଆମ୍ବ ବଉଳର ବାସ ମହକାଇ 

ଫୁଲେଇ ଫଗୁଣ ଆସେ ନଇଁ ନଇଁ   


ମଳୟ ପବନେ ପ୍ରେମର ପୁଲକ

ଭାସ୍କର କିରଣେ ଆଶାର ଆଲୋକ 

ବନେ ଉପବନେ ଗାଉଅଛି ପିକ 

ଆସିଛି ଫଗୁଣ ମନ ହୁଏ ପ୍ରୀତ   


ହସୁଛି ଫଗୁଣ ଅବିର ମେଳରେ

ଜୀବନ ଯୌବନ ପୀରତି ସମ୍ଭାରେ  

ନିଝୁମ୍ ରାତିର ନୀରବ ପ୍ରହରେ

ମନ ପକ୍ଷୀ ଉଡେ ସ୍ୱପ୍ନ ରାଇଜରେ   


ଫଗୁଣ ପରଶେ ସ୍ମୃତି ପ୍ରଜାପତି

ମାନେନା' ଆକଟ ବୁଲେ ଦିବାନିଶି

ଖୋଜୁଥାଏ ସଦା ଭାବର ବନ୍ଧନ

ପ୍ରେମ ପାରିଜାତ ପ୍ରୀତି ସମ୍ମୋହନ  



Rate this content
Log in