କେବେ ହେବ ଦୁଃଖର ଅନ୍ତ
କେବେ ହେବ ଦୁଃଖର ଅନ୍ତ
ଦୁହିତା ରୂପେ ନାରୀ ଦୁଇ କୁଳକୁ ଆସିଛି,
ମଥାର ସିନ୍ଦୁର ସ୍ୱାମୀ ଯେ ଯାତନା ଦେଇଛି
ନାରୀ ଗୃହଲକ୍ଷ୍ମୀ କିଏ ବୁଝିବ ତା ମହତ୍ୱ
"ନାରୀ ଏଠି କୁହେ କେବେ ହେବ ଦୁଃଖର ଅନ୍ତ"
ଧନୀ ବ୍ୟକ୍ତି କୁହେ ଆଜି ମୁଁ ହତାଶ
ଦେହେ ରୋଗ ମନେ ନିରାଶା କରିଛି ବିଷାଦ
ଧନ ବୈଭବ ଥାଇ ସୁଖ ମିଳେ ନାହିଁ
ବ୍ୟକ୍ତି କହିଚାଲେ "କେବେ ହେବ ଦୁଃଖର ଅନ୍ତ"
ଜଗତେ ମା ବାପାଙ୍କ ପରି କେହି ହେବନାହିଁ
ପିତା ମାତା ଦିଅନ୍ତି ଆଶିଷ ମଥାକୁ ଛୁଇଁ
ସନ୍ତାନ ଠୁ ପିତା ମାତା ପାଇଲେ ହତାଦର କୁହନ୍ତି ଅନ୍ତରୁ "କେବେ ହେବ ଦୁଃଖର ଅନ୍ତ"
ଗରିବର ଖାଇବାକୁ କି ପିନ୍ଧିବାକୁ ନାହିଁ
ବଞ୍ଚିବାକୁ ଆଶା କି ଭରସା ସେ ପାଏ ନାହିଁ
କହେ ଦିନବନ୍ଧୁ "କେବେ ହେବ ଦୁଃଖର ଅନ୍ତ"
ପଞ୍ଜୁରିର ପକ୍ଷୀ ଗାଉଅଛି ରାମଙ୍କ ନାମ
ଉଡିନାହି ଆକାଶେ ନେଇନି ବୃକ୍ଷେ ବିଶ୍ରାମ
କହେ ପରମାତ୍ମାଙ୍କୁ "କେବେ ହେବ ଦୁଃଖର ଅନ୍ତ"।