ରଙ୍ଗା ରଙ୍ଗ ଖେଳ
ରଙ୍ଗା ରଙ୍ଗ ଖେଳ
ଫଗୁଣରେ ପରା ଝୁଲଣ ଯାତରା
ରାଇଦାମୋଦର ଖେଳନ୍ତି ଦୋଳି,
ଦୋଳ ବିମାନରେ ବସି ମେଳନରେ
ଗାଆଁରେ ବୁଲନ୍ତି ଅବିର ବୋଳି।
ଜନତାଙ୍କ ମେଳ ରଙ୍ଗା ରଙ୍ଗ ଖେଳ
କୀର୍ତ୍ତନରେ ଭୋଳ ରାଧାଗୋବିନ୍ଦ,
ଭ୍ରମଣର ମଜା ଗ୍ରାମ ସାଜସଜ୍ଜା
ଯାତରାରେ ମିଳେ ପରମାନନ୍ଦ,
ପାଞ୍ଜିର ପଠନ ପୂର୍ଣ୍ଣିମାର ଦିନ
କରନ୍ତି ଶ୍ରବଣ ହୁଅନ୍ତି ମେଳି,
ଫଗୁଣର ପରା ଝୁଲଣ ଯାତରା
ରାଇ ଦାମୋଦର ଖେଳନ୍ତିଦୋଳି।
ଭାତୃତ୍ୱର ଭାବ ହୁଅନ୍ତେ ଉଦ୍ଭବ
ଇର୍ଷା ଦ୍ୱେଷ ଭାବ ଯାଏ ଦୂରେଇ,
ମଣିଷ ହୃଦୟ ଦିବ୍ୟ &
nbsp;ଭାବମୟ
ହୁଏ, ହୋଲି ପରା ଦିଏ ଶିଖାଇ।
ହୋଲିକା ଦହନ, ଦୁର୍ଗତି ନାଶନ
କାରଣେ ପାଳନ ବିବିଧ ପର୍ବ,
ଧର୍ମ ପାଇଁ ହିନ୍ଦୁ ପ୍ରତି ରକ୍ତବିନ୍ଦୁ
ସମର୍ପଣ ପାଇଁ କରଇ ଗର୍ବ,
ସରାଗରେ ବାସ ବିତରେ ସୁବାସ
ଧରା ଉପବନେ କୁସୁମ ଭଳି,
ଦୋଳ ବିମାନରେ ବସି ମେଳନରେ
ଗାଆଁରେ ବୁଲନ୍ତି ଅବିର ବୋଳି।
ଝୁଲଣେ ଆନନ୍ଦ ମିଳନ୍ତା କି ଦ୍ୱନ୍ଦ୍ୱ
ନ ଥାଇ ଖେଳନ୍ତି, ଝୁଲନ୍ତି ସେଠି,
ମାନବ ହୃଦୟ କରନ୍ତି ବିଜୟ
ରାଧା କୃଷ୍ଣେ ଦେଇ ଆପଣା ଦୃଷ୍ଟି।