STORYMIRROR

ALEKHA PRASAD Moharana

Inspirational

4.3  

ALEKHA PRASAD Moharana

Inspirational

ପାପ ପୁଣ୍ୟ ସନ୍ଧିକ୍ଷଣ

ପାପ ପୁଣ୍ୟ ସନ୍ଧିକ୍ଷଣ

1 min
253



ଧର୍ମ ପାପ ପୁଣ୍ୟ ଏକ ମାତ୍ର ଚିହ୍ନ ମାନବ ଜନମ ପାଇଁ

ସର୍ବ ମତବାଦ ସଦା ନିର୍ବିବାଦ ଶୁଦ୍ଧ ବିଶ୍ୱାସକୁ ଧ୍ୟାୟୀ ।

ପୁଣ୍ୟ କର୍ମ ଫଳ ମୋକ୍ଷ ପ୍ରାପ୍ତି ବଳ ଜୀବ ସତ୍ତା ଭୁଂଜେ କେବେ

ଅପକର୍ମ ପାପ ସତ୍ତାର ବିତ୍ପାତ ପୁନଃଜନ୍ମ ପାଏ ଭବେ ।


ଜନ୍ମରୁ ମରଣ ଅରଜିଣ ପୁଣ୍ୟ ପ୍ରାଣୀ ଭୋଗେ ସଦା ଦୁଃଖ

 ପାପ କର୍ମ କରି ଧରମ ପାଶୋରି ସଂସାରେ ଭୋଗଇ ସୁଖ ।

ଏମିତି କିମ୍ପାଇ ଘଟେ ଏହି ମହୀ କହିକେ ପାରିବ କୁହ??

କରମର ଫଳ ଅକାଟ୍ୟ ପ୍ରବଳ ଉନ୍ମୁକ୍ତ କରଇ ମୋହ ।


ପ୍ରାରବ୍ଧ କରମ ଜୀବନର ମର୍ମ ଦୁଃଖ ସୁଖ ଭୁଂଜେ ପ୍ରାଣୀ

ଲକ୍ଷ ଲକ୍ଷ ଯୋନି ସତ୍ତା ଭ୍ରମି ଭ୍ରମି ବହୁ ଜନ୍ମ ଲଭେ ପୁଣି

ପ୍ରଭୁ ରାମ ଚନ୍ଦ୍ର ସ୍ୱୟଂ ପରଂବ୍ରହ୍ମ ଭୁଞ୍ଜିଲେ କରମ ଫଳ

ଚତୁର୍ଦ୍ଦଶ ବର୍ଷ ଗଲେ ବନବାସ ଥାଇ ପୂର୍ବ ପୁଣ୍ୟ ବଳ ।


ପାପ ପୁଣ୍ୟ ଧର୍ମ ସନ୍ଧିକ୍ଷଣ ମର୍ମ ନବୁଝିଲେ କେହି ପ୍ରାଣୀ

ଭୋଗିବାକୁ ହେବ କର୍ମ ଫଳ ଭାବ ଦିବ୍ୟ ଦ୍ରଷ୍ଟାଙ୍କର ବାଣୀ।


Rate this content
Log in

Similar oriya poem from Inspirational