**ଅସ୍ତିତ୍ବ **
**ଅସ୍ତିତ୍ବ **
ଆଜି ଦର୍ପଣେ ଦେଖି ମୋ ନିଜ ମୁଖକୁ
ଏ କିଏ ବୋଲି ପଚାରିଦେଲି
ହଠାତ ଅହଂକାର ମନେ ଜାଗ୍ରତ ହୋଇ
ପଛକୁ ଫେରାଇ ନେଇ
କହିଲା ଚୁପି ଚୁପି
କିଛି କ୍ଷଣ ପାଇଁ ଏ ରୂପ ଯୌବନ
ନୁହେଁ ଚିର କାଳ
ସମୟ ସାଥେ ବୟସ ଗଡିବ
ଲୀନ ହେବ ମୁଖାଶାଳ
କାଇଁ ମନେ ଏତେ ଆଣ୍ଟ ମୁଁ ବାନ୍ଧିଛି
ଗର୍ବ କରେ ନିଜକୁ ନେଇ
କ୍ଷଣିକରେ ଯଦି ଗର୍ବ ଚୁନା ହୁଏ
ଏସବୁର ଦାୟୀ କିଏ
ଖୋଜି ଖୋଜି ଆଜି ନିରାଶ ହେଲି
ପୁଣି ନିଜକୁ ସୀସାରେ ଦେଖୁଦେଖୁ
ନିଜକୁ ପଚାରେ ପୁଣି
ମୁଁ କିଏ ବୋଲି
ମୁଁ ବୋଲେ ଅହଂକାର
ଗ୍ରାସ କରୁଛି ମୋ ଅସ୍ତିତ୍ୱ
ନିଜେ ନପାରିଲି ଜାଣି
