STORYMIRROR

Jayashree patra

Inspirational

3  

Jayashree patra

Inspirational

**ଅସ୍ତିତ୍ବ **

**ଅସ୍ତିତ୍ବ **

1 min
195

ଆଜି ଦର୍ପଣେ ଦେଖି ମୋ ନିଜ ମୁଖକୁ

 ଏ କିଏ ବୋଲି ପଚାରିଦେଲି

ହଠାତ ଅହଂକାର ମନେ ଜାଗ୍ରତ ହୋଇ

ପଛକୁ ଫେରାଇ ନେଇ

କହିଲା ଚୁପି ଚୁପି

କିଛି କ୍ଷଣ ପାଇଁ ଏ ରୂପ ଯୌବନ

ନୁହେଁ ଚିର କାଳ

ସମୟ ସାଥେ ବୟସ ଗଡିବ 

ଲୀନ ହେବ ମୁଖାଶାଳ

କାଇଁ ମନେ ଏତେ ଆଣ୍ଟ ମୁଁ ବାନ୍ଧିଛି

ଗର୍ବ କରେ ନିଜକୁ ନେଇ

କ୍ଷଣିକରେ ଯଦି ଗର୍ବ ଚୁନା ହୁଏ

ଏସବୁର ଦାୟୀ କିଏ

ଖୋଜି ଖୋଜି ଆଜି ନିରାଶ ହେଲି 

ପୁଣି ନିଜକୁ ସୀସାରେ ଦେଖୁଦେଖୁ 

ନିଜକୁ ପଚାରେ ପୁଣି

ମୁଁ କିଏ ବୋଲି

ମୁଁ ବୋଲେ ଅହଂକାର

ଗ୍ରାସ କରୁଛି ମୋ ଅସ୍ତିତ୍ୱ 

ନିଜେ ନପାରିଲି ଜାଣି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational