ହେ ବାସ୍ତବତା
ହେ ବାସ୍ତବତା

1 min

175
ଏ ସମୟହୀନ ଦୁନିଆରେ
କାହା ପାଖରେ କାହା ପାଇଁ
ସମୟ ଟିକେ ନାହିଁ l
ସୁନା ରୁପା ଉପହାର ଦେଇ କି ଲାଭ?
ଯଦି ତାକୁ ତୁମର ସମୟ ଦେଉନାହଁ l
ଏ ଦୁନିଆରେ,
ସବୁଠୁ ଦାମୀ ଜିନିଷ ହେଉଛି ସମୟ l
ଯଦି କାହାକୁ କିଛି ଦେବାକୁ ଚାହୁଁଚ
ତାହେଲେ ତାକୁ ସୁନ୍ଦର ସମୟ ଦିଅ l
ଯାହାକୁ ଦବ,
ତାହା ପୁଣି ତୁମ ପାଖକୁ ଫେରିଆସିବ
ନିଜ ଖୁସିରେ ନିଜ ସାଥିରେ
ସେଇମାନେ ରହିବେ,
ଯାହାକୁ ଆମେ ନିଜର ବୋଲି ଭାବୁ l
କିନ୍ତୁ ନିଜ ଦୁଃଖରେ
ସେଇମାନେ ରହିଥାନ୍ତି ଯେଉଁମାନେ
ଆମକୁ ନିଜର ଭାବନ୍ତି l
କାରଣ, ଏ ଦୁନିଆଟା ହିଁ ସେମିତି
ସମସ୍ତେ ସ୍ୱାର୍ଥ ପାଖରେ ବନ୍ଧା
ଏଠି କେହି କାହାର ନୁହଁ
କେବଳ ଲୁହ ନିଜର ।।