ଜୀବନ ଇତିହାସ
ଜୀବନ ଇତିହାସ
ଆଜି ପୁଣି ଥରେ
ଦଳାଚଗଟା ହୃଦୟକୁ ମୋର
ସଜାଡିବାରେ ସେ ଭାରି ବ୍ୟସ୍ତ
ତଥାପି ମୁଁ ବୁଝିବାକୁ ନାରାଜ
ଅବୁଝା କଣ୍ଢେଇ ଟେ ପରି l
ମୁଁ ଏବେ ମୁଁ ହୋଇ ନାହିଁ
ହେ ସମୟ !
ଜୀବନପ୍ରଦୀପରୁ ତେଲ ଯାଉଅଛି ସରି
ଶୁଭିଲାଣି ଦୂରୁ ରାମହରି
ତଥାପି ମୁଁହରେ ମୋ ଖିଲି ଖିଲି ହସ
ଏଇ ମୋ ଜୀବନର ସଂକ୍ଷିପ୍ତ ଇତିହାସ l

