Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabodha Chandra Mudra

Inspirational

4  

Prabodha Chandra Mudra

Inspirational

ଲଜ୍ଜା

ଲଜ୍ଜା

1 min
455


ବିଶ୍ବର ସାହିତ୍ୟ ଆକାଶେ ଛନ୍ତି ଅସଂଖ୍ୟ ତାରା

ସ୍ବକୀୟ ଜ୍ୟୋତିରେ ଉଜ୍ଜ୍ବଳ କରନ୍ତି ବିଶ୍ବସାରା ।


ଜ୍ୟୋତିଷ୍କ ମାନଙ୍କ ମଧ୍ୟରେ ‘ଲଜ୍ଜା’ ପାହାନ୍ତି ତାରା

ସେହି ତାରା ଦିଏ ସଭୀଙ୍କୁ ଦିବସର ଇଶାରା ।


ଲଜ୍ଜା ତ ଜଗତ ଭୂଷଣ ଅଟେ ଅମୂଲ୍ୟ ରତ୍ନ 

ସେହି ରତ୍ନେ ହୋଇ ଭୂଷିତ ନର ପାଏ ସମ୍ମାନ ।


ସଚ୍ଚରିତ୍ର ଓ ସଦାଚାର ଯେ ମାନବ ଶ୍ରେଷ୍ଠ ଗୁଣ

ଲଜ୍ଜାଶୀଳ ବ୍ୟକ୍ତି କଦାପି ନ କରେ ଘୃଣ୍ୟ କର୍ମ ।


ଲଜ୍ଜା ନିବାରଣ ନିମନ୍ତେ ବ୍ୟକ୍ତି ପିନ୍ଧେ ସୁବାଷ

ବାସ ଯଦି ହୁଏ କୁବାସ ପାଏ ଲଜ୍ଜା ଅଶେଷ ।


ଅଜ୍ଞାନରେ ପଶୁ-ପକ୍ଷୀଏ ହୁଅନ୍ତି ବାସଶୂନ୍ଯ

ଲଜ୍ଜାଶୂନ୍ଯ ନର ସର୍ବଦା ହୁଏ ପଶୁଠୁ ହୀନ ।


ନାରୀର ଦିବ୍ୟ ଆଭୂଷଣ ଲଜ୍ଜା ଅଟେ ତ ଜାଣ

ତା ବିହୁନେ ନାରୀ ଇଜ୍ଜତ ସଦା ହୁଅଇ କ୍ଷୁଣ୍ଣ ।


କୁକାର୍ଯ୍ୟରୁ ସଦା ବିଚ୍ୟୁତ ହେବା ଲଜ୍ଜା ଲକ୍ଷଣ

ଦୁର୍ନୀତି-ଦୁଷ୍କର୍ମ-କୁକାର୍ଯ୍ୟ ଅଟେ ନର୍ଲଜ୍ଜ କର୍ମ ।


ସାଧୁ-ଭଦ୍ର-ଗୁଣୀ-ବଦାନ ସର୍ବେ ଲଜ୍ଜାର ବଶ

ନୀର୍ଲଜ୍ଜ ଓ ବେଶର୍ମୀଙ୍କୁ ଯେ ଲଜ୍ଜା ନାହିଁ ଅବଶ୍ୟ ।


ଉଗ୍ର ଆଧୁନିକା ନାରୀର ନାହିଁ ଲଜ୍ଜାର ଭୟ

ଅର୍ଦ୍ଧନଗ୍ନ ହୋଇ କୁବାସେ ହୁଅନ୍ତି ନିନ୍ଦନୀୟ ।


ପିତାମାତା-ଗୁରୁଜନଙ୍କୁ ନ କରନ୍ତି ଖାତିରି 

ସମାଜକୁ ହେୟ ଜ୍ଞାନରେ ହୁଅନ୍ତି ସ୍ଵେଚ୍ଛାଚାରୀ ।

 

ସମ୍ପ୍ରତି ଲଜ୍ଜାକୁ କାହାର ଡର ଭୟ ତ ନାହିଁ 

ଲଜ୍ଜାହୀନ ହୋଇ ମନୁଷ୍ୟ ବ୍ୟଭିଚାର କରଇ ।


ନିର୍ଲଜ୍ଜେ ଯୁବକ-ଯୁବତୀ କରି ଚୋରାପୀରତି

ପଥଭ୍ରଷ୍ଟ ହୋଇ ସମାଜେ ନୀତି ଭ୍ରଷ୍ଟ କରନ୍ତି  ।


ବେଶଭୂଷା ପରିପାଟିରେ ନାରୀ ଦେବୀ ସମାନ

ତାହାକୁ ସମସ୍ତେ ଦିଅନ୍ତି ଉପଯୁକ୍ତ ସମ୍ମାନ ।


ଲଜ୍ଜାଶୀଳା ନାରୀ ଗୃହର ସାକ୍ଷାତ ଲକ୍ଷ୍ମୀ ସମାନ

ଗୃହିଣୀ ଭାବରେ ସର୍ବଦା ରଖେ ଆତ୍ମସମ୍ମାନ ।


କୁଳବଧୂ ଥିଲେ ଦ୍ରୌପଦୀ ପାଣ୍ଡବଙ୍କର ପୁଣ

ଅଲାଜୁକ ଦୁଃଶାସନ ଯେ କଲା ବସ୍ତ୍ରହରଣ ।


ବସ୍ତ୍ର ଦେଇ ପ୍ରଭୁ କୃଷ୍ଣାଙ୍କୁ ଲଜ୍ଜା କଲେ ବାରଣ

ଅଧର୍ମ-କୁକର୍ମ କରନ୍ତି ସଦା ନିର୍ଲଜ୍ଜଜନ ।


ନର୍ଲଜ୍ଜ ରାବଣ କରିଲା ସତୀ ସୀତା ହରଣ 

ଦୁଷ୍ଟକୁ ସଂହାର କରିଣ ରଖିଲେ ସତୀମାନ ।


ଅଧର୍ମ-କୁକର୍ମ କରନ୍ତି ଦୁଷ୍ଟ-ନିର୍ଲଜ୍ଜ ଜନ

ଈଶ୍ବର କରନ୍ତି ତାହାଙ୍କୁ ସଦା ଦଣ୍ଡବିଧାନ ।


ଜଗତ ଭୂଷଣ ଲଜ୍ଜାକୁ କରିଲେ ଆଭୂଷଣ 

ସେହି ଆଭୂଷଣେ ମନୁଷ୍ୟ ହୋଇବ ଗରୀୟାନ ।


Rate this content
Log in

Similar oriya poem from Inspirational