STORYMIRROR

Purnima Sing

Inspirational

3  

Purnima Sing

Inspirational

ସ୍ମୃତି ସ୍ମାରକୀ

ସ୍ମୃତି ସ୍ମାରକୀ

1 min
278

ସ୍ମୃତି ଏକ ସ୍ବଚ୍ଛ ଦର୍ପଣ ର ଛବି 

    ସ୍ପର୍ଶ ମାତ୍ର କେ ଯାଏ ଲିଭି 

ସ୍ମୃତି ଏକ ପୂର୍ଣ୍ଣମୀ ଜହ୍ନ

    ଦେହେ ତା'ର କେତେ ଅଲିଭା ଚିହ୍ନ।।୧।।


ବର୍ତ୍ତମାନ ଯାହା ନୂତନା ନୂଭୁତି 

        କାଲି ତାହା ହୁଏ ବାସି 

ଭବିଷ୍ୟ ଗଢ଼େ ସେ ଇତିହାସ ରଚେ

       ଅସ୍ପୃଶ୍ୟତା ଆମର ସେ ସ୍ମୃତି ।।୨।।


ରକ୍ତିିମ ଅଧ୍ୟାୟ ଲିପି ବଦ୍ଧ ରହେ 

         ମନ ଅଭିଧାନ ତଳେ

ସର୍ବ ପ୍ରାଣୀ ଚଳେ ନିଜ ନିଜ ପଥେ 

      ବଞ୍ଚି ରହେ ସେହିି ଅଭୁଲା ସ୍ମୃତି

    ଅତୀତ ଓ ବର୍ତ୍ତମାନ ମୁୁୁହୁର୍ତ୍ତ ରେ।।୩।।


ବଞ୍ଚିିିବା କୁ ପଡ଼େ ଇଚ୍ଛା ବି ନଥିଲେ

     ମିିିଥ୍ୟା ହସିବାକୁ ବାଧ୍ୟ ହୃଦ

ଦୃଶ୍ୟ ମାନ ଯାହା ସମ୍ମୁଖରେ ହୁଏ

      ଭିିନ୍ନଥାଏ ପ୍ରଚ୍ଛଦ ପଟ୍ଟ।।୪।।


ସ୍ମାରକୀ ହୋଇଣ ବଞ୍ଚିବା କୁ ହେବ

        ଧରା ପୃଷ୍ଠେ ଜନମିଲେ  

କି ହେବ ଆକ୍ରୋଶ ଅନ୍ୟ ଠାରେରେ ରଖି

    ନିଜକୁ ସଂଶୋଧନ ନ କଲେ?।।୫।।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational