STORYMIRROR

Purnima Sing

Inspirational

4  

Purnima Sing

Inspirational

ଶିକ୍ଷା

ଶିକ୍ଷା

1 min
189

ଜୀବନ ର ମାନେ କ'ଣ ଶିଖାଇ ଦେଲା ସମୟ,

ଜୀବନ ରେ କିଏ ପର ଓ କିଏ ନିଜର ଆପଣାର,

କେତେ ସତ୍ୟ କେତେ ମିଥ୍ୟା ଏହି ସମ୍ପର୍କ ଓ

 ଏହି ଜୀବନ ର ସମସ୍ତ ବାସ୍ତବ କାହାଣୀ ର

ଖୁସି କ୍ଷଣ ଆଙ୍ଗିକର ନା ଆତ୍ମିୟତା ର,

 ପ୍ରେମ ପୂର୍ଣ୍ଣ ସମ୍ପର୍କ ର ନା ମିଥ୍ୟା କର୍ତ୍ତବ୍ୟ ର?

ଛଳନା ର ମିଛ ହସ ର ନା ଅନ୍ତର୍ନିଃହିତ 

ଅଜସ୍ର ଯନ୍ତ୍ରଣା ଭରା କୋହଯୁୁ୍କ୍ତ ଦୁଇ ଟୋପା ଲୁହ ର? 

ପୂର୍ବପାପ ର ନା ପ୍ରାୟଶ୍ଚିିିତଧ୍ୟାୟି 

     ପୂର୍ବାଜିିିତ କର୍ମ ଫଳ ର?

ପ୍ରକୃତ ସୁଖ କେଉଁଥିର?

ଯେଉଁଠି ଥିଲା ଦିିନେ ଶାନ୍ତି ର ବାର୍ତ୍ତା ବହ

ସେଠାରେ ଆଜି ପୂର୍ଣ୍ଣ ହୋଇ ରହିଛି କାହିଁଁକି

ଏତେଶୂନ୍ୟ ହା ହା କାର?।।୧।।


ବଞ୍ଚି ରହିିବା ର ମିଥ୍ୟା ଅହମିକା,

ଆଜି ସତ୍ୟରେ ପୁରିଛି ସକଳ, ମୃତ୍ୟୁ ହୋଇଛି ନିିକଟତର। ପାଖରେ ରହିିଲେ ମର,

   ଦୂରେଇଇ ରହିଲେ ନିିସ୍ତାର ,

ହେ ଦୃଢ଼ ସମୟ ର ଚକ୍ର 

ଏ ତୋର କି ବିଡ଼ମ୍ବନା ର ବିଚାର? 

ଅନେକ ଦିନରୁ ତ ହୋଇଛି ସୃଷ୍ଟି

ମଣିଷ ମଣିଷ ମାନଙ୍କ ମନ ମଧ୍ୟରେ

ଅନେକ ଭେଦ ଭାବ ଘୃଣ୍ୟ ବିଚାର।।୨।।


ନିସ୍ତାର କି ପାଇବନି ଆଉ କେବେ

ପ୍ରାୟଶ୍ଚିତ କରି ତା'ର କୃତ କର୍ମରଫଳ? 

ଶିଖାଉ ଥିଲା ଯିିଏ ଦିନେ 

    ସଭ୍ୟ ମାନବର ଅଧିକାର,

ସେହି ମାନବ ସଭ୍ୟତା କୁ ଆଜି ଟିକିଏଦେଖ

 ମାନବ ସମ୍ମୁଖରେ ହେଉଛି କିପରି ନିଜ

ସମ୍ମୁଖରେ ସମ୍ପୁର୍ଣ୍ଣ ଛିନ୍ ଛତର୍ ନାରଖାର ?।।୩।।


ଗର୍ବ ଦର୍ପ ଚତୁଃର୍ପାଶ୍ବ ରେ ଯାଇଛି ଲିଭି

ଘନ ଘନ ଶୁଭେ ଆଜି ମୃତ୍ୟୁ ର ଆକୁଳ ଚିତ୍କାର

ବନଭୂମି ଥରିିିିଉଠି କହିଦେଇ ଯାଏ ଧିରେ 

 ଏଠାରେ ସମସ୍ତେ ସ୍ବାର୍ଥ ପର।

କାର୍ଯ୍ୟ ଥିବା ଯାଏ ସବୁ ନିିଜର ,

କାର୍ଯ୍ୟ ସରିଗଲେ କେହି ନୁହେଁ ଏଠି କାହାର।।୪।।


ଶିକ୍ଷା ତ ଜୀବନ ଦିିଏ

   ରହି ସଦା ତୁମ ସହ ଅହ ରହ,

ପରିିସ୍ଥିତିିି ସହ ଲଢ଼ିବାକୁ ଶିକ୍ଷା ଦିଏ, ଯେତେ ଜଟିଳପରିସ୍ଥିତି ହେଉ ପଛେ, କେବେ ତା ସମ୍ମୁଖରେ

 ପରାଜୟ ସ୍ବିକାର କରିବା ପାଇଁ ନୁହଁ।।୫।।


ଏ କିଛି ସମୟ ଘଡ଼ି ସଂନ୍ଧି ର ମୁହୁର୍ତ୍ତ,

 ସମୟ କାଲି ସେ ଏଠାରେ ନିଶ୍ଚିତ ନଥିବ 

ଆଜି ଯାହା କରୁଛ ନିଜ ସ୍ବକର୍ମ କର୍ତ୍ତବ୍ୟ ଭାବି

 କାଲି ତାହା ନିଶ୍ଚିତ ଭୁଞ୍ଜିବ।।୬।।


ସମୟ  କେବେ ସ୍ଥିିର ନୁହେଁ,

 ସେ ସ୍ବଂୟ ଚଳଚଞ୍ଚଳ ,ଆଜି ଅଛି କାଲି ଚାଲି ଯିବ

କିନ୍ତୁ, ଅବଶ୍ୟ କିଛି ଜୀବନ ର ମହତ୍ ଶିକ୍ଷା

 ଗ୍ରହଣ କରିବାକୁ ଆମକୁ ବାଧ୍ୟ କରିବ।।୭।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational