STORYMIRROR

Purnima Sing

Inspirational

3  

Purnima Sing

Inspirational

ଗୁରୁ

ଗୁରୁ

1 min
399

ସଂସାରରେ ଅସଂଖ୍ୟ ଅନେକ ଗୁରୁ ଅଛନ୍ତି

  ଶିକ୍ଷା ଦୀକ୍ଷା ଜୀବନ ଜ୍ଞାନ ପ୍ରଦାନ କରି

ଆମକୁ ମାର୍ଗ ପ୍ରଦର୍ଶନ କରାଇଥାନ୍ତି ,


ସଂସାରର ପ୍ରଥମ ଗୁରୁ ଅଟନ୍ତି ଭଗବାନ

ଏ ସଂସାର ତାଙ୍କ ପାଇଁ ହୋଇ ଥାଏ ମହାନ।।୧।।


ଜନ୍ମ ରୁ ପ୍ରଥମ ଗୁରୁ ଅଟନ୍ତି ଆମର ବାପା ମାଁ

ଅତି ପବିତ୍ରମୟ ଅଟେ ସାକ୍ଷାତ

ସେ ଦୁଇ ଭଗବାନ ଙ୍କର ନାଁ


ଲାଳନ ପାଳନ କରି ଦେଖାନ୍ତି ଦୁନିଆଁ

ଆମେ ସେ ସବୁ କୁ ନବୁଝି ହେଉ ଅମାନିଆ,

କେତେ ଦୁୁଃଖ କଷ୍ଟ ସହି ଦେଖାନ୍ତି ସେ ବାଟ 

ରାଗି ଗଲେ ପୁଣି ଆମକୁ ପକାନ୍ତି ସେ ଛାଟ,

ସବୁବେଳେ ଆମ ଶୁଭ ମଙ୍ଗଳ କାମନା ମନାସନ୍ତି

ଆଶ୍ବାସନା ଦେଇ ଭବିଷ୍ୟତ ମାର୍ଗ ପ୍ରଦର୍ଶନ କରାନ୍ତି ।।୨।।


ଶିକ୍ଷା ଅନୁଷ୍ଠାନ ରେ ଶିକ୍ଷକ ଅଟନ୍ତି ଆମ ଗୁରୁ

ଆମେ ତାଙ୍କ ପାଦତଳେ ଆଶିର୍ବାଦ ଭିକ୍ଷା କରୁ

ମର୍ତ୍ତ୍ୟରେ ଭଗବାନ, ଦେବୀ ଅଟନ୍ତି ସେମାନେ ଆମର

ସେହି ଗୁୁୁରୁ ମାନେ ଆଶିର୍ବାଦ ଦେଇ ଦେଖାନ୍ତି ଚମତ୍କାର।୩।


ପୃଥିବୀରେ ସବୁଠାରୁ ବଡ଼ ଅଟନ୍ତି ଯେ ଗୁରୁ

 ଆମେ ତାଙ୍କ ପାଦତଳେ ଭବିଷ୍ୟତ ଜ୍ଞାନ ମାର୍ଗ

ସତ୍ କର୍ମ, ସତ୍ ବିଶ୍ବାସ ,ସତ୍ ସାହାସ ଶକ୍ତି

     ଧର୍ଯ୍ୟ ମାନ ଭିିକ୍ଷାକରୁ।।୪।।


ସଠିକ୍ ମାର୍ଗ ପ୍ରଦର୍ଶନ କରି ଦେଖାନ୍ତି ସେ ପଥ 

 ମନଜାଣି ସଦା ସେମାନେ ଦେଉଥାନ୍ତି

କେତେ ଆଦେଶ ଓ ଉପଦେଶ,

ଆମେ ଚାହିଁଲେ ସେସବୁକୁ ଆମ ଜୀବନ ର ଲକ୍ଷ୍ୟ 

ପଥରେ ତାହା ସବୁକୁ କରିପାରିବା ଶେଷ।।୫।।


ସେମାନେ ମୋର ଗୁରୁ ସେମାନେ ମୋର ଜୀବନ

 ତାଙ୍କ ପାଦତଳେ ମୋର ଶତ କୋଟି ପ୍ରଣାମ।।୬।।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational