ଅଲୀଅଳି କନ୍ୟା
ଅଲୀଅଳି କନ୍ୟା
ଅଲୀଅଳି କନ୍ୟା ସୈ।ଭାଗ୍ୟ କାରଣ
ସରଗର ପାରିଜାତ
ଝଟକେ ଅମୂଲ୍ୟ ରତନ ସଦୃଶ
ସୁକନ୍ୟା ଆଲୋକ ଉତ୍ସ ।
କନ୍ୟାଟି ନୁହଁଇ ଅବଳା ଦୁର୍ବଳା
ଅସହାୟ ନିରିମାଖି
ସିଏ ଜୀବନର ମଧୁର ସଙ୍ଗୀତ
ପ୍ରକୃତି ସୁନ୍ଦର ସୃଷ୍ଟି ।
ଜନନୀ ଭଗିନୀ ଜାୟା ସ୍ୱରୂପରେ
ତାର ତ୍ୟାଗ ସ୍ନେହ ପ୍ରେମ
ସୃଜନ ପାଳନେ ସଞ୍ଚରେ ଅମୃତ
ଦୁହିତା ଜୀବନ ଧନ୍ୟ ।
ସେବା ସମର୍ପଣ କର୍ତ୍ତବ୍ୟ ନିଷ୍ଠତା
ସୁସମ୍ବନ୍ଧ ସୁବିଶ୍ୱ।ସ
ମୈ।ଳିକ ସୁଗୁଣ ଶକତି ସମ୍ପନ୍ନା
ନାରୀ ଜୀବନ ନିର୍ଯ୍ୟାସ ।
ଆଧୁନିକ ନାରୀ ନୁହଁଇ ଦୁର୍ବଳା
ଅବଳା ଲତା ବନିତା
ଶିକ୍ଷା ଦୀକ୍ଷା ସର୍ବ କରମ ଧରମେ
ଅଟେ ସେ ଅଗ୍ରଗଣିତା ।
ସ୍ୱଚ୍ଛନ୍ଦ ସ୍ୱାଧୀନ ଭାବେ ନିଜ ଗୋଡ
ସଳଖି ହେଉଛି ଠିଆ
ଗୃହ ଚାରିକୋଣେ ନୁହେଁ ସେ ବନ୍ଦିନୀ
ପଞ୍ଜୁରୀର ପୋଷା ଶୁଆ ।
ସେବା ଦେଶରକ୍ଷା ଜୀବିକା ନିର୍ବାହେ
ପରିଚାଳନା କ୍ଷେତ୍ରରେ
ଦକ୍ଷତା ଅନନ୍ୟ ପ୍ରଦର୍ଶନ ସିଏ
ସୁଯୋଗ ପାଇଲେ କରେ ।
ନୃତ୍ୟ ଗୀତ କ୍ରୀଡା ଅବା ରାଜନୀତି
ମହାକାଶ ଗବେଷଣା
ବଡ଼ ପାରଙ୍ଗମ ଆଧୁନିକ ନାରୀ
ଶିକ୍ଷିତା ସର୍ବ ସମ୍ପନ୍ନା ।
ଆମ ସ°ସ୍କୃତିରେ ନାହିଁ ଲିଙ୍ଗ ଭେଦ
ଜାତି ବର୍ଣ୍ଣ ଦୁର୍ଭାବନା
ମହିୟସୀ ନାରୀ ଦୁର୍ଗା କାଳୀ ଲକ୍ଷ୍ମୀ
ସରସ୍ୱତୀ ସଦା ପୂଜ୍ୟା ।
ସ୍ନେହ ପ୍ରେମ ଦୟା କ୍ଷମା ଶୀଳା ନାରୀ
ସୁକୋମଳ ସୁକୁମାରୀ
ବିକଶୁ ପ୍ରଫୁଲ୍ଲେ ପ୍ରତିଭା ସୁଗୁଣ
ମହକୁ ମରତ ପୁରୀ ।
ସଂକୀର୍ଣ୍ଣ ସ୍ୱାର୍ଥକୁ ଭୁଲି ଆମେ ସର୍ବେ
ହାତକୁ ମିଶାଇ ହାତ
ସମତାଳେ ଆମେ ଚଳିବା ସ°ସାରେ
ଗଢ଼ିବା ନୂଆ ଭାରତ ।
