Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational

3  

Bharatabandhu Biswal

Inspirational

ସୁପ୍ରଭାତ

ସୁପ୍ରଭାତ

1 min
150



ବରଣୀୟ ସୂର୍ଯ୍ୟ ଆଲୋକର ଉତ୍ସ

ପ୍ରଭାତ ମଙ୍ଗଳମୟ

ନାଶେ ଅନ୍ଧକାର ଜଡତା ଜୀବନୁ

ସୂର୍ଯ୍ୟୋଦୟେ ଭାଗ୍ୟୋଦୟ ।


ତେଜିବା ସୁପାତି ଆଳସ୍ୟ ବିଳାସ

କରିବା କର୍ତ୍ତବ୍ୟ କର୍ମ

କଷ୍ଟ କଲେ କୃଷ୍ଣ ମିଳଇ ଅବଶ୍ୟ

ଜୀବନ ହୁଅଇ ଧନ୍ୟ ।


ଜୀବନ ଅଟଇ ସମୟ ମୂହୁର୍ତ୍ତ

ମାସବର୍ଷ ସମାହାର

ବିନିଯୋଗ କଲେ ଉତ୍ତମ ବିଚାରେ

ନିଶ୍ଚୟ ମିଳେ ସୁଫଳ ।


ଲଜ୍ଜା ପରିହରି ଝାଳକୁ ନିଗାଡି

କରେ ଯିଏ ପରିଶ୍ରମ

ଫଳାଏ କ୍ଷେତରେ ସୁନାର ଫସଲ

ଗୋପ ଲକ୍ଷ୍ମୀ ଧନଧାନ୍ୟ ।


କୋଟି କୋଟି ମୁଖେ ଯୋଗାଏ ଆହାର

ମୁହଁରେ ଫୁଟାଏ ହସ

ନପାଉ କଷଣ ବିଚରା କୃଷକ

କୃଷିର ହେଉ ବିକାଶ ।


ଉଜ୍ଜ୍ବଳ ଜୀବନ ପ୍ରାଣ ମୂଳାଧାର

ମାଟିର ମଣିଷ ସୂର୍ଯ୍ୟ

କୃଷି ଆଜୀବିକା ଶ୍ରମର ମହତ୍ତ୍ୱ

ସୁରକ୍ଷା ଧର୍ମ ସତ୍କାର୍ଯ୍ୟ ।

  -----



Rate this content
Log in

Similar oriya poem from Inspirational