ଚିର ଶାଶ୍ୱତ ସମ୍ପର୍କପ୍ରଣତିଜେନା
ଚିର ଶାଶ୍ୱତ ସମ୍ପର୍କପ୍ରଣତିଜେନା
ସମ୍ପର୍କ ତିନୋଟି ଅକ୍ଷର କୁ ନେଇ ମଧୁରତାର
ଗୋଟିଏ ଶବ୍ଦ ର ଉଛୁଳା ନଈଟିଏ ----
ମରି ଯାଇଥିବା ଜୀବନ ଗଛ ରେ ସଂଜୀବନୀ ପରି
ଯମୁନା ର ଭରା ଜଳ ରାଶି ତୀରେ କଳ, କଳ ସୁରେ
ଭିଜାଏ ହୃଦୟ ଅଙ୍ଗନ ସଞ୍ଚରି ତନୁ, ମନ.....
ସମ୍ପର୍କ ----
ଦିବ୍ୟ ମାଦକତା ସବୁଜ ମନ ରେ
ମୋହ, ମୋହକ ରେ ପରମ ପୁଲକିତ,
ବହଳ ବିଶ୍ୱାସ ରେ ଗହଳ ମମତା ----
ଜୀବନ ପରିଧି ରେ ଭବ୍ୟ ଅନୁରାଗ ଭରା,
ଜହ୍ନ ସାଥେ ଜ୍ୟୋସ୍ନା ର ସ୍ପନ୍ଦିତ ସ୍ପନ୍ଦନ.....
ସମ୍ପର୍କ ----
ପୃଷ୍ଠା ପରେ ପୃଷ୍ଠା ତାର ସମ୍ପର୍କ ର ଶ୍ରଦ୍ଧା ଆବରଣ
କଷଟି ପଥରେ ଘଷି, ମାଜି କେବେ ଝଲସି ଉଠେ ପ୍ରାଣ,
ଛୁଇଁ ହୁଏନି ସମ୍ପର୍କ ର ଚୌହଦି କୁ
ଦିଗନ୍ତ ବିସ୍ତାରି ତାର ପ୍ରସାରିତ ପାର୍ବଣ...
ପୁରୁଣା ଲାଗେନି ଅତୁଟ ମମତା ବୋଳା ସେ ଅଗୁର, କସ୍ତୁରୀ ର ବାସ
ସୃଷ୍ଟି ଓ ସ୍ରଷ୍ଟା ଙ୍କର ଭାଗ୍ୟ ସେଇ ଅହୋଭାଗ୍ୟ
ସେଇ ଅମୃତତ୍ବ କୁ ଅଧରାମୃତ ପାଇ ହୁଏ ଭାଗ୍ୟବାନ ----
ସମ୍ପର୍କ ଭାବ ଅଙ୍ଗନ ରେ ସୁମଧୁର ବଂଶୀର ନିନାଦିତ ତାନ,....
ସମ୍ପର୍କ ----
ଅଙ୍ଗେ ନିଭା ଅଭିସାରିକା ଟେ ଅୟସୀ ରାତିର ବିଳାସୀ ସପନ
ଭରା ଫଗୁଣ ବାସ ର ଚୋରା ଚଇତାଳି ମୃଦୁ ଶିହରଣ,
ଜୀବନ ଟା ବୋଝ ନୁହେଁ ପ୍ରତି ମୁହୂର୍ତ୍ତ ର ମମତ୍ୱ ରେ ---
ଭରିଦିଏ ହୃଦୟକୁ ଭିଜା ସାନିଧ୍ୟ ର
କର୍ପୁର ବାସ ପରି ମହ, ମହ
ଅସୁମାରୀ ଶ୍ରଦ୍ଧା ଓ ଆପଣା ପଣ ର ନିଛକ ସ୍ନେହ ଆଲିଙ୍ଗନ.....
ଯେତେ ଦୂରେ ଥିଲେ କେବେ ଭାଙ୍ଗେ ନାହିଁ,
ଅତୁଟ ସେ ବସନ୍ତ ର ମଳୟ ପବନ....
ଅଭିମାନ ଥାଏ ଶ୍ରଦ୍ଧା ଓ ସ୍ନେହ ଭିଜା ଶାଶ୍ୱତ ଚନ୍ଦନ ---
ଅନୁରାଗ, ଆବେଗ ଭିଜା ବର୍ଷା ରେ,
ଧୋଇ ଯାଏ ଯେତେ ଥାଏ ଦୁଃଖ,
ସମାଧିସ୍ଥ, ଅଶ୍ରୁତ ନୟନ ରେ ବୋଳି ଶାଶ୍ୱତ ମୋହଞ୍ଜନ...
