STORYMIRROR

Lokanath Rath

Action Classics Inspirational

4  

Lokanath Rath

Action Classics Inspirational

ସାରସ୍ୱତ ସାଧନା

ସାରସ୍ୱତ ସାଧନା

1 min
472


କେବେ କେବେ ଯଦି କେହି ଭାବିବ 

ନିଜକୁ ଯୋଗ୍ୟ ଅଯୋଗ୍ୟ ବୋଲି ବିଚାରିବ 

ସାରସ୍ୱତ ସାଧନାକୁ ତୁଚ୍ଛ ମନେ କରିବ 

ଅବା ଦୂରୁ ଦେଖି କେବେ ଡରି ଯିବ 

ସେବେ ସାରସ୍ୱତ ସାଧନା ଏକ କ୍ରାନ୍ତି ହେବ 

ସ୍ନେହର ପସରା ଖୋଲି ସ୍ୱାଗତ କରିବ 

ଆଦରରେ ହସି ହସି ବୁଝାଇ କହିବ 

ଡର ନାହିଁ, ଦେଖ ମୋର ଅବୟବ 

ମୁଁ ଅଟେ କୋମଳ ସୁନ୍ଦର ଭାବ 

କରେନାହିଁ କେବେ କିଛି ଭେଦଭାବ 

ଥରେ ଯୋଡି ହେଲେ ତୁମେ ବୁଝିବ ।।


ଯଦି ମୋତେ ତୁଚ୍ଛ ବୋଲି ଭାବ 

ମୋର କେବେ କିଛି କ୍ଷତି ନହେବ 

କିମ୍ବା କେବେ ମୋର ଯାତ୍ରା ଶେଷ ହେବ 

ଅଥବା ମୁଁ ଅଯୋଗ୍ୟ ତୁମେ ଯୋଗ୍ୟ ହେବ 

ତଥାପି ସଦା ମୋର ଆଶା ତ ରହିବ 

ଦିନେ ତୁମେ ମୋତେ ଆଦରି ନେବ 

ଏହି ସାରସ୍ୱତ ସାଧନାରେ ଡୁବି ଯିବ 

ଆଉ, ସବୁ ଘୃଣା ଦ୍ୱେଷ ତୁମେ ଭୁଲିଯିବ 

ମୋର ପ୍ରେମରେ ପଡି ତୁମେ କହିବ 

ହେ ସାରସ୍ୱତ ସାଧନା, ତୁମେ ସାହିତ୍ୟର ଗର୍ବ 

ସାଦରେ ମୋତେ ତୁମେ ଆଲିଙ୍ଗନ କରିବ ।।


ଭୁଲିଯିବ ଯୋଗ୍ୟ ଅବା ଅଯୋଗ୍ୟର ଭାବ 

ଲିଭିଯିବ ସବୁ ତୁଚ୍ଛତାର ବିକୃତ ସ୍ଵଭାଵ 

ତୁମେ ତେବେ ନିର୍ଭୟରେ ସାଧନା କରିବ 

ସୁନ୍ଦର ଭାବନା ନୂତନ ଭାବ ସୃଷ୍ଟି କରିବ 

ସେ ଭାବକୁ କେତେ ଶବ୍ଦରେ ଯୋଡ଼ିବ 

ସେଥିରୁ କିଛି ଖଟା ମିଠା ବାର୍ତ୍ତା ବି ଯିବ 

କେବେ ସେ କବିର କବିତା ହେବ 

କେବେ ଲେଖାଟି କାହାଣୀ ହୋଇଯିବ 

ଥକିବ ନାହିଁ ଳେଖନୀର ମୁନ,ଅଗ୍ରସର ହେବ 

କେତେ କେତେ ଲେଖକ ଲେଖିକାଙ୍କୁ ସୁନାମ ଦେବ 

ତେବେ ସାରସ୍ୱତ ସାଧନା ସଫଳ ହେବ ।।


ନୂଆ ପୁରୁଣା କିଛି ନରହିବ ଭେଦଭାବ 

ସଭିଏଁ ଏକାଠି ହେଲେ ସାହିତ୍ୟ ଆସର ବଢିବ 

ପୁରୁଣା ସଙ୍ଗେ ଥିଲେ ଉତ୍ସାହ ମିଳିବ 

ସାରସ୍ୱତ ସାଧନାରେ ନିଜ ସାହସ ବଢିବ 

ନୂଆ ନୂଆ ଭାବ କିଛି ଶବ୍ଦ ରୂପ ନେବ 

ପୁରୁଣା ସଙ୍ଗେ ମିଶି ମୁଗ୍ଧକର ହେବ 

ଏହି ସାହିତ୍ୟ ଆସର ସମୁଦ୍ର ମନ୍ଥନ ସମ ଲାଗିବ 

ଯେତେ ଗଭୀରକୁ ଗଲେ ମନ ଆହୁରି ଖୋଜିବ 

ବଡ଼ ବିସ୍ତିର୍ଣ ଏହାର ବକ୍ଷ ଓ ଅବୟବ 

କେତେ କେତେ ସାଧକଙ୍କର ସାଧନା ଲକ୍ଷ ସିଦ୍ଧ ହେବ 

କେତେ ରତ୍ନରେ ଶବ୍ଦ ଅଳଙ୍କାରରେ ଶୋଭା ପାଇବ 

ସାଜିହୋଇ ବଡ଼ ଶୃତି ମଧୁର ଲାଗିବ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action