ସାରସ୍ୱତ ସାଧନା
ସାରସ୍ୱତ ସାଧନା
କେବେ କେବେ ଯଦି କେହି ଭାବିବ
ନିଜକୁ ଯୋଗ୍ୟ ଅଯୋଗ୍ୟ ବୋଲି ବିଚାରିବ
ସାରସ୍ୱତ ସାଧନାକୁ ତୁଚ୍ଛ ମନେ କରିବ
ଅବା ଦୂରୁ ଦେଖି କେବେ ଡରି ଯିବ
ସେବେ ସାରସ୍ୱତ ସାଧନା ଏକ କ୍ରାନ୍ତି ହେବ
ସ୍ନେହର ପସରା ଖୋଲି ସ୍ୱାଗତ କରିବ
ଆଦରରେ ହସି ହସି ବୁଝାଇ କହିବ
ଡର ନାହିଁ, ଦେଖ ମୋର ଅବୟବ
ମୁଁ ଅଟେ କୋମଳ ସୁନ୍ଦର ଭାବ
କରେନାହିଁ କେବେ କିଛି ଭେଦଭାବ
ଥରେ ଯୋଡି ହେଲେ ତୁମେ ବୁଝିବ ।।
ଯଦି ମୋତେ ତୁଚ୍ଛ ବୋଲି ଭାବ
ମୋର କେବେ କିଛି କ୍ଷତି ନହେବ
କିମ୍ବା କେବେ ମୋର ଯାତ୍ରା ଶେଷ ହେବ
ଅଥବା ମୁଁ ଅଯୋଗ୍ୟ ତୁମେ ଯୋଗ୍ୟ ହେବ
ତଥାପି ସଦା ମୋର ଆଶା ତ ରହିବ
ଦିନେ ତୁମେ ମୋତେ ଆଦରି ନେବ
ଏହି ସାରସ୍ୱତ ସାଧନାରେ ଡୁବି ଯିବ
ଆଉ, ସବୁ ଘୃଣା ଦ୍ୱେଷ ତୁମେ ଭୁଲିଯିବ
ମୋର ପ୍ରେମରେ ପଡି ତୁମେ କହିବ
ହେ ସାରସ୍ୱତ ସାଧନା, ତୁମେ ସାହିତ୍ୟର ଗର୍ବ
ସାଦରେ ମୋତେ ତୁମେ ଆଲିଙ୍ଗନ କରିବ ।।
ଭୁଲିଯିବ ଯୋଗ୍ୟ ଅବା ଅଯୋଗ୍ୟର ଭାବ
ଲିଭିଯିବ ସବୁ ତୁଚ୍ଛତାର ବିକୃତ ସ୍ଵଭାଵ
ତୁମେ ତେବେ ନିର୍ଭୟରେ ସାଧନା କରିବ
ସୁନ୍ଦର ଭାବନା ନୂତନ ଭାବ ସୃଷ୍ଟି କରିବ
ସେ ଭାବକୁ କେତେ ଶବ୍ଦରେ ଯୋଡ଼ିବ
ସେଥିରୁ କିଛି ଖଟା ମିଠା ବାର୍ତ୍ତା ବି ଯିବ
କେବେ ସେ କବିର କବିତା ହେବ
କେବେ ଲେଖାଟି କାହାଣୀ ହୋଇଯିବ
ଥକିବ ନାହିଁ ଳେଖନୀର ମୁନ,ଅଗ୍ରସର ହେବ
କେତେ କେତେ ଲେଖକ ଲେଖିକାଙ୍କୁ ସୁନାମ ଦେବ
ତେବେ ସାରସ୍ୱତ ସାଧନା ସଫଳ ହେବ ।।
ନୂଆ ପୁରୁଣା କିଛି ନରହିବ ଭେଦଭାବ
ସଭିଏଁ ଏକାଠି ହେଲେ ସାହିତ୍ୟ ଆସର ବଢିବ
ପୁରୁଣା ସଙ୍ଗେ ଥିଲେ ଉତ୍ସାହ ମିଳିବ
ସାରସ୍ୱତ ସାଧନାରେ ନିଜ ସାହସ ବଢିବ
ନୂଆ ନୂଆ ଭାବ କିଛି ଶବ୍ଦ ରୂପ ନେବ
ପୁରୁଣା ସଙ୍ଗେ ମିଶି ମୁଗ୍ଧକର ହେବ
ଏହି ସାହିତ୍ୟ ଆସର ସମୁଦ୍ର ମନ୍ଥନ ସମ ଲାଗିବ
ଯେତେ ଗଭୀରକୁ ଗଲେ ମନ ଆହୁରି ଖୋଜିବ
ବଡ଼ ବିସ୍ତିର୍ଣ ଏହାର ବକ୍ଷ ଓ ଅବୟବ
କେତେ କେତେ ସାଧକଙ୍କର ସାଧନା ଲକ୍ଷ ସିଦ୍ଧ ହେବ
କେତେ ରତ୍ନରେ ଶବ୍ଦ ଅଳଙ୍କାରରେ ଶୋଭା ପାଇବ
ସାଜିହୋଇ ବଡ଼ ଶୃତି ମଧୁର ଲାଗିବ ।।