Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Tragedy Action Inspirational

4  

Bharatabandhu Biswal

Tragedy Action Inspirational

ଗୁରୁଜନ

ଗୁରୁଜନ

1 min
528



ଶାସ୍ତ୍ର କହେ ଗୁରୁ  ଗୁରୁଜନ ଶବ୍ଦ

    ସୁସଭ୍ୟତା ସୁସ°ସ୍କାର

ଗୁରୁ ବ୍ରହ୍ମା ବିଷ୍ଣୁ  ଗୁରୁ ମାତାପିତା

    ଗୁରୁ ସାକ୍ଷାତ ଈଶ୍ୱର ।


ପ୍ରବୃଦ୍ଧ ପ୍ରବୀଣ    ଗୁରୁ ଗୁରୁଜନ

     ଅଭିଜ୍ଞ ଗୁଣ ସମ୍ପନ୍ନ

ସୁଖଦ ବରଦ    ଗୁରୁ କଳ୍ପବଟ

     ଛାୟାଛତ୍ର ଆଦିମୂଳ ।


ଗୁରୁ ମାତାପିତା   ଜୀବନ ଆଧାର

     ବିଧି ବିଧାନ ସ°ହିତା

ନାହିଁ ଗତିସ୍ଥିତି    ଗୁରୁଙ୍କ ବିହୁନେ

     ଅନ୍ଧାର ଅରାଜକତା ।


ଆମର ସମାଜ    ଆମ ପରମ୍ପରା

      ପରିବାର ସୁସ°ହତି

ପାଶ୍ଚାତ୍ୟ ପ୍ରଭାବେ   ଅବକ୍ଷୟ ମାନ 

     ଯୁବା ମୋହ ବସ୍ତୁବାଦୀ ।


ଅତି ଆଧୁନିକ    ସ୍ୱତନ୍ତ୍ର ସ୍ୱାଧୀନ

     ଉତ୍ସୃଙ୍ଖଳ ଯୁବାପିଢ଼ି

କରନ୍ତି କଦର୍ଥ    ବିଧି ସମ୍ବିଧାନ

     ଅବଜ୍ଞା ଗୁରୁ ମୂରବି ।


ଉଦ୍ଦଣ୍ଡ କନିଷ୍ଠ     ବିକୃତି ମନସ୍କ

     ସମାଜ ଆଦର୍ଶ ଚ୍ୟୁତ

ଗୁରୁ ଗୁରୁଜନ    ବଡ଼ ଅସହାୟ

     ହୁଅନ୍ତି ଅବହେଳିତ ।


କଳ୍ପନା ବିଳାସ   ନୁହଁଇ ଜୀବନ

     ଯନ୍ତ୍ରମାତ୍ର ଖେଳଘର

ଆଚାର ବିଚାର  ଆଦର ସମ୍ମାନେ

     ସମ୍ପର୍କ ଦୃଢ଼ ମଧୁର ।


ଘୋଡ଼ାର ଦଉଡ଼  ବସ୍ତୁବାଦ ମୋହ

     ନ କରୁ ବିପଥଗାମୀ

ହେଉ ସଚେତନ  ଆମ ଯୁବାପିଢି

    ସତ୍ୟ ଗୁରୁଜ୍ଞାନ ଜାଣି ।

        


Rate this content
Log in

Similar oriya poem from Tragedy