ସଭିଏଁ ମୋ ଗୁରୁ
ସଭିଏଁ ମୋ ଗୁରୁ


କେଉଁ ଗୁରୁଙ୍କ ନାମ ମୁଁ ଧରିବି
ସଭିଙ୍କ ଠାରୁ ଶିଖଇ
ଆଜିର ଦିବସେ ସ୍ମରଣ ସଭିଙ୍କୁ
ଶ୍ରୀପଦେ ପ୍ରଣତି ଢାଳଇ ।
ଅଜ୍ଞାନକୁ ଦେଖାଇଛ ଆଲୋକ ବର୍ତ୍ତିକା
ଚାଲୁଛି ସ୍ମରି ସେ ପଥ
ଜଗତ କଲ୍ୟାଣେ ସମର୍ପି ନିଜକୁ
ପାଉଛି ପରମ ସୁଖ ।
ଜୀବେ ଦୟା ମହତ ବାଣୀକୁ
କରିଛି ମୁଁ ଗଳା ମାଳି
ଶିଖିଛି ଯାହା କାମରେ ଲଗାଇ
ଚାଲୁଛି ବାଟ ଗଣି ।