STORYMIRROR

pranati Mahapatra

Crime Inspirational

3  

pranati Mahapatra

Crime Inspirational

ନେଉ ନିଃଶ୍ଵାସ ଶାନ୍ତିର(ଅସୁରକ୍ଷିତ ପରୀ)

ନେଉ ନିଃଶ୍ଵାସ ଶାନ୍ତିର(ଅସୁରକ୍ଷିତ ପରୀ)

1 min
269


ପରୀ ପରା ସର୍ବଗୁଣସମ୍ପର୍ଣ୍ଣା ସେ

ବିଭୁ ଆଶିଷେ ଏ ଧାମେ,

ତା ପାଦ ରେଣୁରେ ଶ୍ରୀବୃଦ୍ଧି ହୁଅଇ

ଆନନ୍ଦିତ ହେଉ ଆମେ।


ଭରି ଦିଏ ପରୀ ସେନେହ ଶରଧା

ଅମୃତ ଦିଅଇ ମୁଖେ,

କେତେ ରୂପ କେତେ ନାମ ଏ ଧାମରେ

ଥାଏ ସଦା ପାଖେ ପାଖେ।


ଫୁଲଠୁ କୋମଳ ଗଙ୍ଗାଠାରୁ ପୂତ

ମଧୁର ସୁବାସ ତା'ର,

ମିଠା ମିଠା ତାର ମୁଖଭାଷା ଆହା

ତା ସମ ଅଛି କେ ମୋର।


ସଭିଙ୍କୁ ଆପଣା ପଣେ ବାନ୍ଧି ରଖେ

କନ୍ୟା ଭଗ୍ନୀ ମାତା ସ୍ନେହେ,

ମଦମତ୍ତ ଦୂରାତ୍ମାର ଲୋଲୁପ ନୟନେ

ତ୍ରାହି ତ୍ରାହି ଡାକେ ସେହି।


ପାପୀ ଦୂରାଚାରୀ ଭୁଲି କନ୍ୟା ପ୍ରୀତି

ଦିଏ ଯେ ନାନା କଷଣ,

ଫୁଲକଢି ମୋର କୁନିପରୀ ପରା

ଅସୁରକ୍ଷିତ ଯେ ଜାଣ।


କୁସୁମ କୋମଳ ଅଙ୍ଗକୁ ତାର 

ଦୂରାତ୍ମା କ୍ଷତାକ୍ତ କରେ,

ଭୟଭୀତ ଆଜି ଶହଶହ ପରୀ

କାନ୍ଦି ଲୋଟେ ଧରା ପରେ।


ସଙ୍କୁଚିତ ମନ ପାଶବିକ ପଣ

ନ ଥିଲା କେଉଁଠି ଶୁଣା,

ବିଂଶ ଶତାବ୍ଦୀର ଦୂରାଚାରୀ ପାଇଁ

ସବୁ କିଛି ବାଟବଣା।


ଆସ ହେ କେଶବ ଧର କଳ୍କୀ ରୂପ

ପାପୀକୁ ଏବେ ସଂହାର,

ସୁରକ୍ଷିତ ରହୁ କୁନିପରୀ ଆଜି

ନେଉ ନିଃଶ୍ଵାସ ଶାନ୍ତିର।







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime