ପୀଡିତା
ପୀଡିତା
କରିନାହିଁ ଦୋଷ
ଲଭିନାହିଁ ପୁରସ୍କାର
ଶ୍ରେଷ୍ଠ କୃତୀ ପାଇଁ ।
ତଥାପି.......
ମୁଁ ଚର୍ଚ୍ଚିତ ,
ବେବିନା,ଇତିଶ୍ରୀ,ନିର୍ଭୟା,ମନୀଷା.....
ଏମିତି ଅନେକ ନାମରେ ।
ମୋ ପାଇଁ ରାଜନୀତି ହଲଚଲ
ସମାଜରେ ମୁଁ କୁଆଡେ
ଆଜିକାଲି ମୁଖ୍ୟ ବିଷୟବସ୍ତୁ !
କିଛି କୁମ୍ଭୀର କାନ୍ଦଣା,
କିଛି ନିଷ୍କପଟ ଦରଦୀ ହୃଦୟର ବ୍ୟଥାରେ,
ଆତ୍ମୀୟଙ୍କ ଲୁହ ଆଉ କୋହରେ,
ମୁଁ ଆଶାୟୀ
ନ୍ୟାୟ ପାଇଁ ।
ଖୁସି ଥିଲି
ଝିଅଟିଏ ବୋଲି,
ସଜାଇଥିଲି ସ୍ୱପ୍ନ ଏଇ ଆଖି ଦୁଇଟିରେ,
ମୁଁ କଣ ଜାଣିଥିଲି?
ରାକ୍ଷସମାନଙ୍କ ନଜରରେ
ମୁଁ କେବଳ ଉପଭୋଗ୍ୟବସ୍ତୁଟିଏ !
ଶରୀର ଖାଇସାରି
ଆଉ କଣ ବା ଥିଲା ମୋ ପାଖରେ ?
ଓଃ !
ନିସ୍ତେଜ ପ୍ରାଣଟିଏ ......
ପ୍ରମାଣ ଆଶଙ୍କାରେ
ପ୍ରାଣ ବି ପାଇନାହିଁ ନିସ୍ତାର ।
ଏବେ ସେମାନେ ମୁକ୍ତ ,
ମୁଁ କିନ୍ତୁ ବିଳାପ କରୁଛି
ଅଦୃଶ୍ୟରେ ।
ଶରୀର ବିହୀନ ମୋ
ଆତ୍ମାର ଚାରିପଟେ
ଗୁଞ୍ଜରିଉଠୁଛି ଶବ୍ଦଟିଏ.....
ପୀଡିତା.......
ପୀଡିତା....
ପୀଡିତା....... ।
