STORYMIRROR

Anuja Behera

Action Crime Inspirational

3  

Anuja Behera

Action Crime Inspirational

ଲଦାଖ ମୈଦାନ

ଲଦାଖ ମୈଦାନ

1 min
280


ନିଘଞ୍ଚ ଏକ ଜନଶୂନ୍ୟ ପରିବେଶରେ

ଅହରହ

ଯୁଦ୍ଧ ମଇଦାନର ମରୁଭୂମିରେ

ଭାରତ ଚିନ ସିମାନ୍ତରେ


ଉଜାଗରେ

ଜାଗ୍ରତ ପ୍ରହରୀ ପାଲଟି

ଚାତକ ପରି ଚାହିଁଥାଏ

ହିନ୍ଦି ଚିନ ଭାଇ ଭାଇ ନାରା ଲଗାଇ

ପୁଣି ଆତ୍ମୀୟ ଭିତରେ ଲଢ଼ୁଥିବା

ଅବିବେକି ମଣିଷ ଜାତିକୁ


ନା ଗ୍ରୀଷ୍ମର ଉତାପ 

ନା ଝଡ ଶ୍ରାବଣର କୋପ


ସେତ ନିଶ୍ଚଳ ....ଅବିଚଳ.....ଅଚଳ.....

ଦୁଇ ଦେଶର ଇତିହାସକୁ ଜାବୁଡ଼ି ଧରି

କେବେ ଦୁର୍ଗ 

ତ କେବେ ଦୀର୍ଘ ସ୍ତୁପ ସାଜି

ଶୁଣିଛି

ବନ୍ଧୁକର ଗୁଳିରେ ଆଘାତ ପାଇଥିବା

ଜବାନର ବୁକୁଫଟା ଚିତ୍କାର

ଦେଖିଛି କଳଙ୍କିତ କରାଳ ରୂପ

ଅନେକ ଯୁଦ୍ଧର


ମୂର୍ତ୍ତିମନ୍ତ ହୋଇ

ମୂକ ପାଲଟି ଠିଆହୋଇ ପୁଣି ଦେଖିଛି

ଅନେକ ଯୁଦ୍ଧର କାରଣ

ଉଣେଇଶି ବାଷଠିର ବିଷ୍ଫୋରଣ

ଶହ ଶହ ଜବାନଙ୍କ ବୀରପଣ

ମାତୃଭୂମି ଲାଗି

ସହିଦଙ୍କ ଅଜସ୍ର ବଳିଦାନ


ଅନେକ ଠେଲା ପେଲା

ଢେଲା ପଥର ମାଢ

ତଥାପି ଅସ୍ପଷ୍ଟ ସମାଧାନ

ଶାନ୍ତିର ଅପେକ୍ଷାରେ ଆଜିବି

ଲଦାଖ ମଇଦାନ      ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action