STORYMIRROR

Pabitra Behera

Crime

3  

Pabitra Behera

Crime

କେତେ ଦିନ ଆଉ ଚିତ୍କାର କରିବା

କେତେ ଦିନ ଆଉ ଚିତ୍କାର କରିବା

1 min
198


କେତେ ଦିନ ଆଉ ଚିତ୍କାର କରିବା

          ନାରୀ ଜାତିରକୁ ସୁରକ୍ଷା ଦେବାପାଇଁ

ଯେଉଁ ଦେଶ ଦିନେ ନାରୀ ମାଆ ଡାକୁଥିଲା

     ସେହି ଦେଶର ନାରୀ ଆଜି ବଳାତ୍କାର ହେଉଛି

ଘରେ ବସି ଆମେ ଜଷ୍ଟିସ ବୋଲି ଚିତ୍କାର କରୁଥିଲେ

             କି ଅବା ତାହାର ପୂଣ୍ୟ ଫଳ ମିଳୁଛି

ଅଛି ଯଦି ବଳ କର ସମୁଖୀନ

         ଦୋଷୀର କରିବାକୁ ସବୁଦିନ ପାଇଁ ବିନାଶ

ଆଜି ମନୀଷା ତ କାଲି ବନିତା

                ହେଉଛନ୍ତି ବଳାତ୍କାରର ଶିକାର

କେତେକ ଅବିବେକୀ ମଣିଷ ଆଜି

                  ଜନ୍ମିଛନ୍ତି ଦାନବ ରୂପରେ

ସୂକ୍ଷ୍ମ କୋମଳମୟ ଭଗ୍ନୀ ସମ୍ମାନ ନାରୀକୁ

                     କରୁଛନ୍ତି ଆଜି ଭକ୍ଷଣ

ଯେଉଁ ଦେଶରେ ଗୋଟିଏ ପଟେ ନାରୀ ପୂଜା ପାଏ

     ସେହି ଦେଶର ନାରୀ ଅନ୍ୟ ପଟେ ବଳାତ୍କାର ହୁଏ

କେତେ ଦିନ ଆଉ ଚିତ୍କାର କରିବା

              ନିଜ ଜନ୍ମକଲା ମାଆ ସୁରକ୍ଷା ପାଇଁ

ଯେଉଁ ଦେଶରେ ପରିବାଦର ପଡ଼ିଲେ

           ରାଜରାସ୍ତା ଅବରୋଧ କରିବାକୁ ପଡେ

ସେହି ଦେଶରେ ନାରୀର ସୁରକ୍ଷା ପାଇଁ

          ମୋବାଇଲରେ ମେସେଜ କରିବାକୁ ପଡେ

କେତେ ଦିନ ଆଉ ଚିତ୍କାର କରିବା

              ନିଜ ଭଉଣୀର ସୁରକ୍ଷା ଦେବାପାଇଁ

ଯେଉଁ ଦେଶରେ ଓକିଲ ନିଜ ମାଆକୁ ସୁରକ୍ଷା ନଦେଇ

      ଦୋଷୀକୁ ସୁରକ୍ଷା ଦେବାପାଇଁ ତତ୍ପରତା ଦେଖାଏ

ଯେଉଁ ଦେଶରେ ନାରୀ ମେଡିକାଲରେ ସେବା କରେ

      ସେହି ଦେଶ ନାରୀର ଶବ ମିଳୁଛି ରାସ୍ତା କଡ଼ରେ

କେତେ ଆଉ ଚିତ୍କାର କରିବା 

                ନାରୀର ସୁରକ୍ଷା ଦେବାପାଇଁ

ଯେଉଁ ଦେଶରେ ବିନା ତିଥିରେ ପୂଜା ପର୍ବ ହୁଏ ନାହିଁ

    ସେହି ଦେଶରେ ବିନା ଅନୁମତିରେ ଶବ ସତ୍କାର ହୁଏ.

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime