STORYMIRROR

Pabitra Behera

Inspirational

3  

Pabitra Behera

Inspirational

ମାଆ କାହିଁକି ମୁଁ ବଡ଼ ହେଲି,

ମାଆ କାହିଁକି ମୁଁ ବଡ଼ ହେଲି,

1 min
187


                   

ମାଆ କାହିଁକି ଆଜି ମୁଁ ବଡ଼ ହେଲି

             ତୁମକୁ ଛାଡ଼ି ଆଜି ମୁଁ ବାହାରକୁ ଆସିଲି

ମାଆ ଶବ୍ଦରେ ଏତେ ମଧୁରତା ଭରିରହିଛି ଯେ

                  ଭୂଲି ହେଉନାହିଁ ତୋହରି ନାଆଁ ମାଆ ଯେଉଁ ଆଖିରେ ମୁଁ ଦୁନିଆ ଦେଖୁଥିଲି

              ସେହି ଆଖି ଠାରୁ ଆଜି ବହୁ ଦୂରରେ

ମାଆ ଯେଉଁ ହାତ ଧରି ଦିନେ ଚାଳିବା ଶିକ୍ଷିଥିଲି

            ସେହି ହାତ ଠାରୁ ମୁଁ ଆଜି ବହୁ ଦୂରରେ

ମାଆ ତୋହରି ମାଟି ଘରେ ଯେଉଁ ସୁବାସିତ ମହକ ଥିଲା

          ଏହି କାଚର ମହଲରେ ସେହି ମହକ ନାହିଁ

ମାଆ ତୋହରି ହାତ ରନ୍ଧାରେ ଯେଉଁ ସ୍ଵାଦିଷ୍ଟ ଥିଲା

           ଏହି ଠାର ବିରିୟାନିରେ ସେ ସ୍ଵାଦିଷ୍ଟ ନାହିଁ

ମାଆ ତୋହରି ପଣତ କାନିରେ ଯେଉଁ ସ୍ଵଛତା ଥିଲା

           ଏହି ଠାର ନାପକିନରେ ସେ ସ୍ଵଛତା ନାହିଁ

କେତେ ଯେ ଯତ୍ନବାନ ମାଆ ତୁ ଜଗତ ଜନନୀ

            ତୋହରି ନିକଟରେ ମୁଁ ସବୁବେଳେ ରୁଣୀ

ଗର୍ଭରେ ଦଶମାସ ଦଶଦିନ ଧରି

              ଦେଇଥିଲୁ ତୁ ମୋତେ ନୂତନ ଜୀବନ

ଏ ଜୀବନ ଥିଲା ପର୍ଯ୍ୟନ୍ତ ତୁମ ପାଦ ତଳେ,

            ଅଜାଡ଼ି ଦେବି ମୁଁ ମୋର ସର୍ବସ୍ବ ଜୀବନ

ଦୁନିଆଁର ଜଞ୍ଜାଳ କୁ ପଛରେ ପକାଇ

                 କରିଥିଲେ ତୁମେମୋର ରକ୍ଷଣ

ଦୁନିଆରେ ଆସୁଯେତେ ବାଧାବିଘ୍ନ

        ସର୍ବଦା ନିଜକୁ କରିଦେବି ଆପଣଙ୍କୁ ସର୍ମପଣ ।


          


Rate this content
Log in