STORYMIRROR

Pabitra Behera

Romance

3  

Pabitra Behera

Romance

ଜଙ୍ଗଲ କନ୍ୟାକବି

ଜଙ୍ଗଲ କନ୍ୟାକବି

1 min
265

ଆଗୋ ଲାଜବତୀ ଜଙ୍ଗଲ କନ୍ୟା

       ତୋ ରୂପେ ଉଠେଇ ମଦିରା ବନ୍ୟା

ଦେଖି ତୋର ଦୁଇ ମୃଗ ନୟନ

        ମନ ମୋର ଆଜି ହେଲାଣି ଉଚ୍ଛନ୍ନ

ରୂପ ରାଇଜର ଅଟେ ତୁ ଲାବଣ୍ୟବତୀ

         ମୋ ଘରେ ଜାଳିବୁ ତୁ ସଞ୍ଜବତୀ

ନବ ନିର୍ମିତ ତୋର ସୁନ୍ଦର ଯୌବନ

      ଦେଖିବାକୁ ମନ ଆଜି ହେଲାନି ଉଚ୍ଛନ୍ନ

ଗୋଲାପକଢି ପରି ଓଷ୍ଠ ଯେ ତୁମର

        କଥାରେ ତୁମରି ଝରେଇ ମଧୁର ଝର

ଆଗୋ ଲାଜବତୀ ଜଙ୍ଗଲ କନ୍ୟା

       ଦେହରୁ ତୋର ଝରେଇ ପ୍ରୀତିର ବନ୍ୟା

ଚାଲିଗଲେ ତୁ ପଦ୍ମ ଫୁଟିଯାଏ

        ହସରୁ ଝରଇ ତୋର ମୁକ୍ତା ଝର 

ଦେହରୁ ତୋହର ବାସ ଯେ ଛୁଟେ 

        ରୂପରେ ତୋର ନବ ଯୌବନ ପ୍ରକଟେ

ହସ୍ତର ଆଙ୍ଗୁଠି ସତେକି ଗୋଲାପ କଢି

        ଦେହରେ ରହିଛି ହଲଦୀ ରଙ୍ଗର ଶାଢ଼ୀ

ଦେହରେ ତୋର ଦୁଇ ବକ୍ଷ ମେଖଲା 

         କାହା ଘର ଝିଅ ତୁମେ ସୁନ୍ଦର ପ୍ରତିମା

ଆଗୋ ଲାଜବତୀ ଜଙ୍ଗଲ କନ୍ୟା

       ତୋ ରୂପେ ଉଠେଇ ମଦିରା ବନ୍ୟା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance