STORYMIRROR

Pabitra Behera

Tragedy Others

3  

Pabitra Behera

Tragedy Others

ଦାଦନ

ଦାଦନ

1 min
257


ହଁ ଆଜ୍ଞା ମୁଁ ଦାଦନ କହୁଛି

              ମୋର କଥା କିଏ ଅବା ଶୁଣୁଛି

ବାହାର ରାଜ୍ୟରେ ମୁଁ ଦାଦନ ଖଟୁଛି

          ଆଉ ଦାଦନ ନାମରେ ନାମିତ ହୋଇଛି

ଅର୍ଥ ମୋ ପାଇଁ ଆଜି ବାଧକ ସାଜିଛି ।

          ଆଉ ବାହାର ରାଜ୍ୟକୁ ମୁଁ ଖଟିବାକୁ ଆସିଛି

ଦିନକୁ ବାର ଘଣ୍ଟା କାମ‌ କରି

              ବାହାର ରାଜ୍ୟରେ ମୋର ଦିନ କଟୁଛି

ବାପା,ମାଆ, ଭାଇ, ଭଉଣୀ ଠାରୁ ଦୂରରେ ରହୁଛି

                  ହଁ ମୁଁ ଆଜି ଦାଦନ ସାଜିଛି ।

ନାଁ ଅଛି ମୋର ମାନ ସମ୍ମାନ, ନାଁ ଅଛି ମୋର ଭବିଷ୍ୟତ

           ଖାଲି ଅର୍ଥ ଲୋଭରେ ସାଜିଛି, ମୁଁ ପ୍ରସ୍ଥର

ନିଜର ଭିଟାମାଟିକୁ ପରିତ୍ୟାଗ କରି

             ଅନ୍ୟର ଭିଟାମାଟି କି ନିଜର କରିଛି

ରାଜନେତାଙ୍କ ଆଖି ଦୃଷ୍ଟିରେ 

           ଆମେ ବଞ୍ଚିଛୁ ଦାରିଦ୍ର୍ୟ ସୀମାରେଖା ତଳେ

ଆଉ ରାଜନେତା ଆମ ଟିକସରେ ।

         ଜୀବନ ଯାପନ କାଟୁଛନ୍ତି ରାଜ ଉଆସରେ

କେତେ ଦିନ ଆମେ ଆଉ ଯାଯାବର ଜୀବନ କାଟିବୁ

              ଆମକୁ ବି ସ୍ଥାୟୀ ନିବାସୀଟି କରିଦିଅ

ବାପା, ମାଆଙ୍କ ଠାରୁ ଦୂରରେ ରହି

              କରିପାରୁ ନାହୁଁ ବାପା, ମାଆଙ୍କ ସେବା

ହଁ ଆଜ୍ଞା ମୁଁ ଦାଦନ କହୁଛି  

                ଲୋଡିବାକୁ ଦିଅ ଆମକୁ ଏକା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy