STORYMIRROR

Pabitra Behera

Inspirational

3  

Pabitra Behera

Inspirational

କେତେ ଦିନ ଆଉ ଚିତ୍କାର କରିବା

କେତେ ଦିନ ଆଉ ଚିତ୍କାର କରିବା

1 min
194


କେତେ ଦିନ ଆଉ ଚିତ୍କାର କରିବା

          ନାରୀ ଜାତିକୁ ସୁରକ୍ଷା ଦେବା ପାଇଁ

ଯେଉଁ ଦେଶ ଦିନେ ନାରୀ ମାଆ ଡାକୁଥିଲା

     ସେହି ଦେଶର ନାରୀ ଆଜି ବଳାତ୍କାର ହେଉଛି

ଘରେ ବସି ଆମେ ଜଷ୍ଟିସ ବୋଲି ଚିତ୍କାର କରୁଥିଲେ

             କି ଅବା ତାହାର ପୂଣ୍ୟ ଫଳ ମିଳୁଛି

ଅଛି ଯଦି ବଳ କର ସମୁଖୀନ

         ଦୋଷୀର କରିବାକୁ ସବୁଦିନ ପାଇଁ ବିନାଶ

ଆଜି ମନିଷା ତୋ କାଲି ବନିତା

                ହେଉଛନ୍ତି ବଳାତ୍କାରର ଶିକାର

କେତେକ ଅବିବେକୀ ମଣିଷ ଆଜି

                  ଜନ୍ମିଛନ୍ତି ଦାନବ ରୂପରେ

ସୂକ୍ଷ୍ମ କୋମଳମୟ ଭଗ୍ନୀ ସମ୍ମାନ ନାରୀକୁ

                     କରୁଛନ୍ତି ଆଜି ଭକ୍ଷଣ

ଯେଉଁ ଦେଶରେ ଗୋଟିଏ ପଟେ ନାରୀ ପୂଜା ପାଏ

     ସେହି ଦେଶର ନାରୀ ଅନ୍ୟ ପଟେ ବଳାତ୍କାର ହୁଏ

କେତେ ଦିନ ଆଉ ଚିତ୍କାର କରିବା

              ନିଜ ଜନ୍ମକଲା ମାଆ ସୁରକ୍ଷା ପାଇଁ

ଯେଉଁ ଦେଶରେ ପରିବା ଦର ପଡ଼ିଲେ

           ରାଜ ରାସ୍ତା ଅବରୋଧ କରିବାକୁ ପଡେ

ସେହି ଦେଶରେ ନାରୀର ସୁରକ୍ଷା ପାଇଁ

          ମୋବାଇଲରେ ମେସେଜ କରିବାକୁ ପଡେ

କେତେ ଦିନ ଆଉ ଚିତ୍କାର କରିବା

              ନିଜ ଭଉଣୀର ସୁରକ୍ଷା ପାଇଁ

ଯେଉଁ ଦେଶରେ ଓକିଲ ନିଜ ମାଆକୁ ସୁରକ୍ଷା ନଦେଇ

      ଦୋଷୀକୁ ସୁରକ୍ଷା ଦେବାପାଇଁ ତତ୍ପରତା ଦେଖାଏ

ଯେଉଁ ଦେଶରେ ନାରୀ ମେଡିକାଲରେ ସେବା କରେ

      ସେହି ଦେଶ ନାରୀର ଶବ ମିଳୁଛି ରାସ୍ତା କଡ଼ରେ

କେତେ ଆଉ ଚିତ୍କାର କରିବା 

                ନାରୀର ସୁରକ୍ଷା ଦେବାପାଇଁ

ଯେଉଁ ଦେଶରେ ବିନା ତିଥିରେ ପୂଜା ପର୍ବ ହୁଏ ନାହିଁ

     ସେହି ଦେଶରେ ବିନା ଅନୁମତିରେ ଶବ ସତ୍କାର ହୁଏ.

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational