KRUTIBAS NAYAK

Inspirational

3  

KRUTIBAS NAYAK

Inspirational

ଗର୍ବ କରିବୁ ଚୂନା

ଗର୍ବ କରିବୁ ଚୂନା

1 min
16



କାହିଁକି ଆସିଲୁ କରୋନା ଦୁଃଖ ଦେଲୁ ବହୁତ,

ଜାଣିନାହୁଁ ଆମ ଏ'ଦେଶ ପୁଣ୍ୟଭୂମି ଭାରତ |


ନାନାଜାତି ଧର୍ମ ବର୍ଣ୍ଣର ଲୋକେ ଏଠି ଅଛନ୍ତି,

ବାରମାସେ ତେର ପରବ ପୂଜା-ପାଠ କରନ୍ତି |


ଶ୍ରୀମନ୍ଦିରେ ପ୍ରଭୁ ଭକ୍ତଙ୍କୁ ରହି ଅଛନ୍ତି ଚାହିଁ ,

ରାମ ନବମୀରେ ମନ୍ଦିର ଖୋଲା ହୋଇଲା ନାହିଁ |


ରଥଯାତ୍ରା ହୁଏ ବର୍ଷରେ ଯାହା ବିଶ୍ୱ ବିଖ୍ୟାତ,

ତୋର ଆତଙ୍କରେ ବିକଳେ ଦୂରୁ ଡାକେ ଭକତ


ହନୁମାନଙ୍କର ଜୟନ୍ତୀ ନବବର୍ଷ ପାଳନ,

ଆନନ୍ଦ ଦିନକୁ ସତରେ କଲୁ ଦୁଃଖର ଦିନ |


କେତେ ପୁଣ୍ୟତିଥି ଜନମଦିନ ବେକାର ଗଲା,

କେତେ ବାହାଘର ଅଟକି ଖାଲି ଯାତନା ଦେଲା |


ବିଷୁବ ସଂକ୍ରାନ୍ତି ଦିନରେ ପଣା ଦେଲୁନି ପେଇ,

ଉତ୍କଳ ଦିବସ ଉତ୍ସବ ସୁଖ ଦେଲୁ ଲିଭେଇ |


ସାହିତ୍ୟ ସଂସ୍କୃତି ଉତ୍ସବ ନାଚ ଯାତରା ମେଳା, 

ତୋର ଆତଙ୍କରେ ସବୁଠି ସବୁ ବନ୍ଦହେଲା |


ପାର୍କ ପଡ଼ିଆ ପଡ଼ିଛି ପିଲା ରହିଲେ ଘରେ,

ଭକ୍ତ ଠାରୁ ଭଗବାନଙ୍କୁ ତୁହି ରଖିଲୁ ଦୂରେ |


ଧର୍ମ ପୀଠ ହେଲା ନିର୍ଜନ ଅସହାୟ ଜୀବନ,

ପର୍ଯ୍ୟଟନ କ୍ଷେତ୍ର ବୁଲିବା ହେଇଗଲା ବାରଣ |


କେତେ ନିରୀହଙ୍କୁ ମାରିଲୁ ଯମ ଯନ୍ତ୍ରଣା ଦେଇ,

ଏମିତି ଭୂତାଣୁ ତୋହର ମାଡ଼େ ଦେଲେ କେ ଛୁଇଁ |


ଅସଲ ଅସୁର ତୁହି ତ ଦେଖା ଦେଉନା ସିନା,

ଆମେ ମିଶି ଲଢ଼ି ତୋହର ଗର୍ବ କରିବୁ ଚୂନା |




Rate this content
Log in

Similar oriya poem from Inspirational