STORYMIRROR

Anirudha Kund

Inspirational

4.0  

Anirudha Kund

Inspirational

ଅଗଷ୍ଟ ପନ୍ଦର

ଅଗଷ୍ଟ ପନ୍ଦର

1 min
90


ଉଡେ ଏ ତ୍ରିରଙ୍ଗା ହୋଇ ଫର ଫର

    ଲାଗେ ପତିତ ପାବନ

ପଲ୍ଲି ଠାରୁ ଦିଲ୍ଲୀ ଖେଳେ ଖିଲି ଖିଲି

    ବିଜୟୀ ବିଶ୍ବ ପବନ


ଜୟତୁ ଜୟତୁ ଅଗଷ୍ଟ ପନ୍ଦର

    ଜୟ ଜଗବନ୍ଦନ

ମୁଲକେ ମୁଲକେ ପୁଲକ ଅଣିଲ 

    କମ୍ପାଇ ବିଶ୍ବଭୁବନ


କୋଟି ଭାରତୀୟ ହୃଦୟର ତୁମେ

   ଏକା ଶ୍ରୀହରି ଚନ୍ଦନ

ପ୍ରଣତି ମୁଁ ଢାଳେ ତୁମ ପାଦ ତଳେ

  ଘେନ ମୋ ଅଭିନନ୍ଦନ 


ଭରିଲ ବିଶ୍ବାସ ଭରିଲ ଉଲ୍ଲାସ

   ଜଗାଇ କୋଟି ପରାଣ

ସ୍ବାଧୀନତା ସ୍ବାଦ ଚଖାଇଲ ତୁମେ

    ହଟାଇଣ ପରାଧିନ


ଜୟତୁ ଜୟତୁ ଅଗଷ୍ଟ ପନ୍ଦର

    ଜୟ ଜଗବନ୍ଦନ

ମୁଲକେ ମୁଲକେ ପୁଲକ ଅଣିଲ 

    କମ୍ପାଇ ବିଶ୍ବଭୁବନ ।


Rate this content
Log in

Similar oriya poem from Inspirational