STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

*ମିଛର ସୌଦାଗର

*ମିଛର ସୌଦାଗର

1 min
15


ସୁଖ ବି ମରିବ

ଦୁଃଖ ବି ମରିବ

ଧନୀ ବି ମରିବ

ଗରିବ ମରିବ

ଭାଗ୍ୟ ବି ମରିବ

ଦୁର୍ଭାଗ୍ୟ ମରିବ

ମିଛ ବି ମରିବ

ସତ ବି ମରିବ

ଏଣୁ ମରିବାକୁ କିଆଁ ଡରିବ

ଏଇ ଦୁନିଆଁରେ ଥିବ ଯେତେଦିନ

ହସରେ ଖୁସିରେ ଚଳିବ.....


ଜନମ ଟା ଯଦି ପ୍ରଶ୍ନ ହୁଏ

ମରଣ ଟା ହେବ ଉତ୍ତର

ଯାହାକୁ ଭାବୁଛ ଅତି ନିଜର

ସବୁ ହୋଇଯିବେ ପର....


ସ୍ତ୍ରୀ ତୁମ ଯିବ ଦୁଆର ପର୍ଯ୍ୟନ୍ତ

ମୁଖାଗ୍ନି ପର୍ଯ୍ୟନ୍ତ ପୁଅ

ବନ୍ଧୁ ବାନ୍ଧବ ମଶାଣି ପର୍ଯ୍ୟନ୍ତ

ପାଉଁଶ ହେବ ତୋ ଦେହ......


ମିଛର ଯୁଗରେ ମିଛୁଆ ମଣିଷ

ମିଛରେ କହୁଛି ମୋର

ମିଛରେ ମିଛରେ ମୋର ମୋର କହି

ସଂସାରୁ ହେଉଛି ଦୂର......


ମିଛ ମାୟା ଭରା ଏସାରା ଦୁନିଆଁ

କେହିନୁହଁନ୍ତି କାହାର

ମିଛର ମଣିଷ ମିଛର ଦୁନିଆଁ

ମିଛର ସୌଦାଗର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational