*ମିଛର ସୌଦାଗର
*ମିଛର ସୌଦାଗର
ସୁଖ ବି ମରିବ
ଦୁଃଖ ବି ମରିବ
ଧନୀ ବି ମରିବ
ଗରିବ ମରିବ
ଭାଗ୍ୟ ବି ମରିବ
ଦୁର୍ଭାଗ୍ୟ ମରିବ
ମିଛ ବି ମରିବ
ସତ ବି ମରିବ
ଏଣୁ ମରିବାକୁ କିଆଁ ଡରିବ
ଏଇ ଦୁନିଆଁରେ ଥିବ ଯେତେଦିନ
ହସରେ ଖୁସିରେ ଚଳିବ.....
ଜନମ ଟା ଯଦି ପ୍ରଶ୍ନ ହୁଏ
ମରଣ ଟା ହେବ ଉତ୍ତର
ଯାହାକୁ ଭାବୁଛ ଅତି ନିଜର
ସବୁ ହୋଇଯିବେ ପର....
ସ୍ତ୍ରୀ ତୁମ ଯିବ ଦୁଆର ପର୍ଯ୍ୟନ୍ତ
ମୁଖାଗ୍ନି ପର୍ଯ୍ୟନ୍ତ ପୁଅ
ବନ୍ଧୁ ବାନ୍ଧବ ମଶାଣି ପର୍ଯ୍ୟନ୍ତ
ପାଉଁଶ ହେବ ତୋ ଦେହ......
ମିଛର ଯୁଗରେ ମିଛୁଆ ମଣିଷ
ମିଛରେ କହୁଛି ମୋର
ମିଛରେ ମିଛରେ ମୋର ମୋର କହି
ସଂସାରୁ ହେଉଛି ଦୂର......
ମିଛ ମାୟା ଭରା ଏସାରା ଦୁନିଆଁ
କେହିନୁହଁନ୍ତି କାହାର
ମିଛର ମଣିଷ ମିଛର ଦୁନିଆଁ
ମିଛର ସୌଦାଗର ।