କେବେ ମିଳିବ ନ୍ୟାୟ
କେବେ ମିଳିବ ନ୍ୟାୟ
ବଢେ ବେଳୁ ବେଳ ସାମାଜିକ ବ୍ୟାଧି
ଡିଣ୍ଡିମ ପିଟେ ଜନତା
ଝିଅ କୁ ବଞ୍ଚାଓ ଝିଅ କୁ ପଢ଼ାଓ
ସେତ ଦୁଇକୁଳ ହିତା ।
ସିଏ ମାତା ଭଗ୍ନୀ ସିଏ ସହୋଦରୀ
ପ୍ରେମର ପ୍ରତୀକ ଟିଏ
ମିଥ୍ୟା ପ୍ରୋସ୍ଛହନା କରେ ବିବସନା
ତହୁଁ ପ୍ରାଣ ବଳି ଦିଏ ।
ଥିଲା ଗୃହ ବନ୍ଦୀ ଏବଂ ସୁରକ୍ଷିତ
ପୁରାତନ ପ୍ରଥା କହେ
ଖଳ ବୁଦ୍ଧି ଜ୍ଞାନୀ ପାଶ୍ଚାତ୍ୟକୁ ଘେନି
ଆଧୁନିକ ମନ ମୋହେ ।
ଜନ୍ମ ଦେଇଥିଲେ ପିତା ମାତା ତାର
ପାଳି ପୋଷି ବଢ଼ାଇଲେ
ଗୋଲାପ ପୁଷ୍ପ ସେ ଫୁଟିଲା ପୂର୍ବରୁ
ମ୍ଳେଛ ତାକୁ ଦଳି ଦେଲେ ।
ମୋଦେଶ ମହାନ ବୋଲି ମିଛେ ଗର୍ବ
କରି ଛାତି ଫୁଲାଉଛେ
ଏ ଦେଶ କାନୁନ ବିକା ହୋଇଅଛି
ବିଦେଶୀ ଜାରଜ ହାତେ ।
ନିଜ ସ୍ୱାର୍ଥପାଇଁ କରି ବ୍ୟବସାୟ
ଦିଅନ୍ତି ଅନ୍ୟାୟ ରାୟ
ଦିଅ ଅଭିଶାପ ସେ ପାପୀ ସାଥିକୁ
ମନ୍ଦ ଜାର ଅଭିପ୍ରାୟ ।
କାଟିଦିଅ ତାର ସେ ଅଙ୍ଗ ଶରୀରୁ
କରିବନି ବଳାତ୍କାର
ଛାଏଁ ମରିଯିବ ତା ଭଳି ତଡପି
ହେ ଦେଶ ଜନତା ମୋର ।
ଏଭଳି କାନୁନ ପ୍ରଣୟନ କର
ନିର୍ମମ ପାପୀଙ୍କ ପାଇଁ
କରେ ପୂଜା ଅଳି ଆହେ ବନମାଳି
ନ୍ୟାୟାଧିଶ ହୁଅ ସାଇଁ ।