STORYMIRROR

Pinku Ranbida

Tragedy Crime

3  

Pinku Ranbida

Tragedy Crime

ପେଟ୍ ଭିତୁରୁ ମାରିଦେଲୁ

ପେଟ୍ ଭିତୁରୁ ମାରିଦେଲୁ

1 min
229

ମାଆ, ତୁଇଁ ପରେ ଗୋ ଜଗତ୍ ଜିତା 

ତତେ କହେସନ ହର୍ତ୍ତା କର୍ତ୍ତା 

କାଏଁ ହେଲା ଯେ ମତେ ମାରି 

ମୋର୍ ଜୀବନ୍ କେ ଦେଲୁ ସାରି ।।


ମୋର୍ ବି ଥିଲା ସୁନ୍ଦର୍ ଜୀବନ୍ 

ତୋର୍ ପେଟେ ଦେଖୁ ଥିଲି ସପନ୍ 

କାଇଁ ଭୂଲ୍ କଲି ଯେ ମାଆ

ପେଟ୍ ଭିତରେ ମାରିଦେଲୁ ଦେଲୁ ମାଆ ।।


ଦେଖାବାର୍ ଯଦି ନାଇଁ ଥିଲା ଦୁନିଆଁ 

କାଏଁ ଯେ ପେଟେ ରଖ୍'ଲୁ ଚାରି ଦିନିଆଁ 

କାଇଁ ସୁଖ ପାଇଗଲୁ ମାଁ 

ତୋର୍ ନା କେ କରି ଅପମାନ୍ ।।


ତୋର୍ ଭାବ୍ ପିରିତି ନିଶା 

ତୋର୍ ପେଟେ କଲି ମୁଇଁ ବସା 

କାହା କେ ତୁଇଁ ଡରି 

ମୋର୍ ଜୀବନ୍ କେ ଦେଲୁ ମାରି ।।


ତତେ ସାରା ଦୁନିଆଁ ଡରସୀ 

ତୋର ପୂଜା ବିଧି ଭଗବାନ୍ କରସୀ

କେନ୍ ଭୂତ୍ ପ୍ରେତ୍ ଦେଲା ଡରେଇ 

ମୋର୍ ଜୀବନ୍ ଦେଲୁ ହରେଇ ।।


ଡରୁଥିଲି ଯଦି ଦୁନିଆଁ ରୀତି କେ 

କାଇଁ ଯେ ପେଟେ ରଖ୍'ଲୁ ମତେ 

ଭଲ୍ ପାଇକରି ହୀନିସ୍ତା ହେଲୁ 

ମୋର୍ ଜୀବନ୍ କେ ମାରି ଦେଲୁ ।।


ମାରବାର୍ ଇଚ୍ଛା ଯଦି ଥିଲା ମତେ 

ପେଟ ଭିତରେ ପୁଓ କହୁଥିଲୁ କାହିଁ

ସ୍ନେହେ ମମତା ମତେ ଦେଇ 

ମୋର୍ ଜୀବନ୍ ଖୁସ୍ ରଖିଥିଲୁ ତାହିଁ ।। 


କାଇଁ କହି ଡାକମି ମାଁ' ତତେ 

ମୋର୍ ଜୀବନ୍ କେ ମାରଲୁ ସତେ  

କେନ୍ ଅଭିଶାପ୍ ତତେ ଦେଲେ 

 ତୁଇଁ ସୋର୍ କରୁଥିବୁ ସବୁବେଳେ ।।


ନାଇଁ ଦେଇପାରେ ଅଭିଶାପ୍ ତତେ 

ତୁଇଁ ପେଟେ ରଖିଥିଲୁ ମତେ 

ସ୍ନେହ ମମତା କେତେ ଦେଇଥିଲୁ 

ଦିନେ ତ ହେଲେ ମାଆ ସୁଖ୍ ପାଇଥିଲି ।।


ସବୁ ମାଁ କୁ ଗୁହାରୀ କରୁଛେଁ 

ପ୍ରେମ ଥି ଅନ୍ଧା ନାଇଁ ହେବା ଭାବୁଛେ 

ଆମର୍ ଲେଖେ ଜୀବନକ ମାରବ୍ ନାଇଁ

ଦୁନିଆଁ ଦେଖବାରା ଲାଗି ଆମେ ଥିସ ଚାହିଁ ।।


ପ୍ରେମ୍ ଭାବ୍ ଆଏଁ ବଡା ମଧୁର୍ 

ମତେ କଲୁ ମାଆ ଛି ଛି ଦୂର୍ ଦୂର୍ 

ତୋର୍ ପ୍ରେମ୍ ପୀରତି ନିଶା 

ଭାଙ୍ଗି ଦେଲା ମୋର୍ ଜୀବନ୍ ଆଶା ।। 



రచనకు రేటింగ్ ఇవ్వండి
లాగిన్

Similar oriya poem from Tragedy