STORYMIRROR

Gangotri Priyadarshini

Abstract Tragedy Crime

3  

Gangotri Priyadarshini

Abstract Tragedy Crime

ଦେଖୁନ ଦେଖ

ଦେଖୁନ ଦେଖ

1 min
180


ଦେଖୁନ କେମିତି,

ନଜାଣିଲା ଭଳି

ଧର୍ଷିତା ଚିତାରେ

ଲାଗିପଡି ରୁଟି ସେକିବା 

ଆରମ୍ଭ କରିଦେଲେଣି

ଭଦ୍ର ମୁଖା ପିନ୍ଧା ଡାହାଳ କୁକୁର ।।


ଭୁକି ଚାଲିଛନ୍ତି

ଚାରିପଟେ ଘେରି

ଭଲରେ ସିଝିବ

ଏପଟ ସେପଟ ଓଲଟେଇ ଦେଖ

ମଢ ନିଆଁ ରେ ରୁଟି କାହାର

ଆମେ ତମେ କଣ ଖାଲି??

ଭୋକିଲା କେବେଠୁ ଦେଖ ଏଇ ସହର ।।


ମୁଠାଏ ମାଉଁଶ

ଦି ଗିନା ଲହୁ

କାହାର କି ଯାଏ

ମାଗଣା ଦରବା (ଦରବା- ଚିରି ଆସୁଥିବା ଲୁଗା )

ଟଣା ଓଟରା

ମେଞ୍ଚାଏ ଯନ୍ତ୍ରଣା ଛାତିରେ ଧରି

ଜୀବନ ଟା ତାର ଗଲା ବାହାରି ।।


ଫୁଲ ଖୋଜୁ ଖୋଜୁ 

ମିଳିଲା ଜୁଇ

ମାେ ଇଚ୍ଛାରେ ନୁହେଁ

ଅଭାଗା କପାଳ

ଖେଳରେ ବିକଳ

ଜୀବନରେ ଦେଲା ନିଆଁ ଲଗାଇ

ସବୁତ ମଣିଷ କିଏ ଅମଣିଷ

ଭାଲୁ ଜିଭ ପାଖୁ କିଏ ଦେବ ଉଦ୍ଧାରି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract