STORYMIRROR

‌Manjula Hota

Abstract Crime Fantasy

4  

‌Manjula Hota

Abstract Crime Fantasy

ପାରିବାରିକ କଳହ

ପାରିବାରିକ କଳହ

1 min
533


ପରିବାରଟିଏ ଗଢିଉଠିଥାଏ 

ସଭିଙ୍କ ସ୍ନେହ ଶ୍ରଦ୍ଧାରେ,

ତିକ୍ତତା କିନ୍ତୁ ଭରିଯାଏ ତ‌ହିଁ

କେବେକେବେ କଳହରେ।


କିଏ କହେ ବୋହୁ ମହା ଦୋଷ କଲା 

ସବୁ କିଛି ସରିଗଲା,

ଏପରି ବୋହୁଟେ ଦଇବ କାହିଁକି

ଆମରି ଭାଗ୍ୟରେ ଦେଲା ।


ଶ୍ୱଶୁର କରନ୍ତି ଵୋହୁକୁ ବିଦ୍ରୋହ

ସ୍ୱାମୀ ଦ୍ୟନ୍ତି ନିର୍ଯାତନା,

ପର ଘର ଝିଅ କେମିତି ଚଳିବ

ଏ କି ବିଧି ବିଡ଼ମ୍ବନା ।


ଅନୁରୋଧ କରେ ହେ ଭାଇ ଭଉଣୀ 

ବିବେକ ଖଟାଇ ଚଳ,

ବୈକୁଣ୍ଠ ସମାନ କରି ଗଢିତୋଳ

ନିଜର ଏ ପରିବାର ।



Rate this content
Log in

Similar oriya poem from Abstract